You are currently viewing ଶପଥ ନେଲେ ଜଷ୍ଟିସ ଚନ୍ଦ୍ରଚୂଡ

ଶପଥ ନେଲେ ଜଷ୍ଟିସ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ (୯.୧୧.୨୨) : ଦେଶର ୫୦ ତମ ବିଚାରପତି ଭାବେ ସପଥ ନେଇଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ । ତାଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେ ଦେଶର ସିଜେଆଇ ଭାବେ ଦୀର୍ଘ ୨ ବର୍ଷ କାମ କରିବେ । ତାଙ୍କ କାର୍ଯ୍ୟକାଳ ୨୦୨୪ ମସିହା ନଭେମ୍ବର ୧୦ରେ ଶେଷ ହେବ । ଜଷ୍ଟିସ ଚନ୍ଦ୍ରଚୂଡଙ୍କ ବାପା ୱାଭି ଚନ୍ଦ୍ରଚୂଡ ମଧ୍ୟ ଭାରତର ସବୁଠାରୁ ଅଧିକ ସମୟ ସିଜେଆଇ ଭାବେ କାମ କରିଥିଲେ ।  ସିନିୟର ଚନ୍ଦ୍ରଚୂଡ଼ ୧୯୭୮ ମସିହା ଫେବୃଆରୀ ୨୨ରୁ ୧୯୯୫ ମସିହା ଜୁଲାଇ ୧୧ ଯାଏ ଦେଶର ପ୍ରଧାନ ବିଚାରପତି ରହିଥିଲେ। ଏବେ ତାଙ୍କ ପୁଅ ଜଷ୍ଟିସ ଚନ୍ଦ୍ରଚୂଡ଼ ମଧ୍ୟ ୨ ବର୍ଷ ପାଇଁ ସିଜେଇଆଇ ଭାବେ କାମ କରିବେ।ବିଦାୟୀ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ବାଛିଥିଲେ। ଏହି ପ୍ରସ୍ତାବ ଆଇନ ମନ୍ତ୍ରଣାଳୟ ପାଖକୁ ପଠାଯାଇଥିଲା।

ଏହାପରେ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପ୍ରସ୍ତାବକୁ ପଠାଇଥିଲା। ଅକ୍ଟୋବର ୧୭ରେ ରାଷ୍ଟ୍ରପତି ମୁର୍ମୁ ଏହି ପ୍ରସ୍ତାବ ଉପରେ ମୋହର ମାରିଥିଲେ।ଦେଶର ୫୦ତମ ସିଜେଆଇ ହୋଇଥିବା ଜଷ୍ଟିସ ଚନ୍ଦ୍ରଚୂଡ଼ ଏକାଧିକ ସାମ୍ବିଧାନିକ ବେଞ୍ଚ ଓ ଗୁରୁପୂର୍ଣ୍ଣ ତଥା ଐତିହାସିକ ମାମଲାରେ ରାୟ ଦେଇଛନ୍ତି। ଅଯୋଧ୍ୟା ଜମି ବିବାଦ, ଗୋପନୀୟତାର ଅଧିକାର ଓ ପରକ୍ରୀୟା ପ୍ରୀତି ସମ୍ପର୍କରେ ରାୟ ପ୍ରକାଶ କରିଥିବା ବେଞ୍ଚରରେ ସେ ରହିଥିଲେ। ୧୯୫୯ ମସିହା ନଭେମ୍ବର ୧୧ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଚନ୍ଦ୍ରଚୂଡ଼ ୨୦୧୬ ମେ’ ୧୩ରେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ। ହାର୍ବାଡ ବିଶ୍ୱବିଦ୍ୟାଳୟରୁ ଆଇନ ବିଭାଗରେ ୨ଟି ଡିଗ୍ରୀ ହାସଲ କରିବା ପରେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଭାରତର ପ୍ରଥମ ଓକିଲ ଭାବେ ମାତ୍ର ୩୯ ବର୍ଷ ବୟସରେ ବରିଷ୍ଠ ଆଇନଜୀବୀର ମାନ୍ୟତା ପାଇଥିଲେ। ଏହାପରେ ୧୯୯୮ରେ ସେ ଦେଶର ସଲିସିଟର ଜେନେରାଲ ହୋଇଥିଲେ।ଆଇନଜୀବୀ ଭାବେ କାମ କରୁଥିବା ବେଳେ ଜଷ୍ଟିସ ଚନ୍ଦ୍ରଚୂଡ଼ ଓକଲାହୋମା ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଆଇନର ଶିକ୍ଷା ନେଇଥିଲେ। ଏଥିସହ ବମ୍ବେ ବିଶ୍ୱବିଦ୍ୟାଳୟର କମ୍ପ୍ୟାରେଟିଭ କନଷ୍ଟିଚ୍ୟୁସନାଲ ଲ’ର ଭିଜିଟିଂ ପ୍ରଫେସର ଭାବେ ମଧ୍ୟ କାମ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।