You are currently viewing ଜଷ୍ଟିସ ୟୁ ୟୁ ହେଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ଜଷ୍ଟିସ ୟୁ ୟୁ ହେଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ ୨୭/୦୮: ଶନିବାର ସୁପ୍ରିମକୋର୍ଟର ୪୯ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ୟୁ ୟୁ ଲଳିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି । ତେବେ ସିଜେଆଇ ଭାବେ ଜଷ୍ଟିସ୍ ଲଳିତଙ୍କର କାର୍ଯ୍ୟକାଳ ମାତ୍ର ୭୪ ଦିନ ରହିବ । ନଭେମ୍ବର ୮ରେ ସେ ଅବସର ଗ୍ରହଣ କରିବେ ।

ଶୁକ୍ରବାର ସୁପ୍ରିମ୍ କୋର୍ଟର ୪୮ତମ ପ୍ରଧାନବିଚାରପତି ଜଷ୍ଟିସ୍ ଏନ୍ .ଭି. ରମଣା ଅବସର ଗ୍ରହଣ କରିଥିଲେ । ଏକ ଭାବବିହ୍ୱଳ ପରିବେଶରେ ବିଦାୟ ନେଇଥିଲେ ଏନ.ଭି. ରମନ୍ନା । ତାଙ୍କ ସ୍ଥାନରେ ନୂଆ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ୟୁୟୁ ଲଲିତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜଷ୍ଟିସ ୟୁ ୟୁ ଲଳିତ ଏଭଳି ଦ୍ୱିତୀୟ ପ୍ରଧାନ ବିଚାରପତି ଯିଏ କି ସୁପ୍ରିମକୋର୍ଟ ବାରରୁ ସିଧାସଳଖ ପଦୋନ୍ନତି ପାଇ ମୁଖ୍ୟ ବିଚାରପତି ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।