You are currently viewing ସୁପ୍ରିମ କୋର୍ଟରେ କେଜ୍ରିୱାଲଙ୍କ ଶୁଣାଣି । ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଏକ ସପ୍ତାହ ବୃଦ୍ଧି କରିବାକୁ ଆବେଦନ

ସୁପ୍ରିମ କୋର୍ଟରେ କେଜ୍ରିୱାଲଙ୍କ ଶୁଣାଣି । ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଏକ ସପ୍ତାହ ବୃଦ୍ଧି କରିବାକୁ ଆବେଦନ

ଏଏନଏସ : ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଏକ ସପ୍ତାହ ବୃଦ୍ଧି କରିବାକୁ ଆବେଦନ କରିଥିଲେ । ଏହି ଆବେଦନକୁୁ ସୁପ୍ରିମ କୋର୍ଟ ଖାରଜ କରିଦେଇଛନ୍ତି । ମଦ ଦୁର୍ନୀତି ମାମଲାରେ ମାର୍ଚ୍ଚ ମାସରେ ଗିରଫ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆପ ର ପ୍ରଚାର ପାଇଁ ସୁପ୍ରିମ କୋର୍ଟ ତାଙ୍କୁ ଏହି ମାସରେ ମଧ୍ୟବର୍ତ୍ତୀ କାଳୀନ ଜାମିନ ପ୍ରଦାନ କରିଥିଲେ । ଏବଂ ତାଙ୍କୁ ଜୁନ ୨ତାରିଖ ସୁଦ୍ଧା ତିହାର ଜେଲକୁ ଫେରିବାକୁ ମଧ୍ୟ କୁହାଯାଇଥିଲା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଆହୁରି ୭ଦିନ ବଢାଇବା ପାଇଁ ଆବେଦନ କରିଥିଲେ କେଜ୍ରିୱାଲ ।

ତେବେ ସୁପ୍ରିମ କୋର୍ଟର ତୁରନ୍ତ ଶୁଣାଣି ପରେ କେଜ୍ରିୱାଲଙ୍କ ଆଶା ଧୂଳିସାତ ହୋଇଯାଇଛି । ଏହାପରେ ସେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନିକଟକୁ ନିବେଦନ ପଠାଇବା ପାଇଁ ନିଷ୍ପତ୍ତି ନେବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।