You are currently viewing ମୁମ୍ବାଇରେ ବଢିଲା ଲକଡାଉନ ଅବଧି

ମୁମ୍ବାଇରେ ବଢିଲା ଲକଡାଉନ ଅବଧି

ମୁମ୍ବାଇ-୧୩.୦୫.୨୦୨୧, କରୋନା ମହାମାରୀର ଦ୍ବିତୀୟ ଲହର ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି। ଏନେଇ କରୋନା ସଂକ୍ରମଣ ଚେନ୍‌ ବ୍ରେକ୍‌ ପାଇଁ ଲକ୍‌ଡାଉନ ଅବଧି ବଢ଼ାଇଲେ ଉଦ୍ଧବ ସରକାର । ଜୁନ ୧ ଯାଏ ମହାରାଷ୍ଟ୍ରରେ ଲକ୍‌ଡାଉନ ଅବଧି ବୃଦ୍ଧି ହୋଇଛି । ପୂର୍ବରୁ ମେ ୧୫ ଯାଏ ଲକ୍‌ଡାଉନ ଜାରି ହୋଇଥିଲା । ସରକାରଙ୍କ ନିୟମ ଅନୁଯାୟୀ ରାଜ୍ୟକୁ ଆସୁଥିବା ସମସ୍ତ ଲୋକମାନେ RT-PCR ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ରିପୋର୍ଟ ନେଗେଟିଭ୍ ଥିଲେ ହିଁ ରାଜ୍ୟରେ ପ୍ରବେଶ ପାଇଁ ଅନୁମତି ମିଳିବ । ତେବେ ଏହି ରିପୋର୍ଟ ୪୮ ଘଣ୍ଟା ପୂର୍ବରୁ ତିଆରି ହୋଇଥିବା ଦରକାର।

ଅନ୍ୟମାନଙ୍କୁ ଜଣାନ୍ତୁ।