You are currently viewing ଏବେ ରାସନ ଦୋକାନରୁ କିଣି ପାରିବେ ଏଲପିଜି ସିଲିଣ୍ଡର

ଏବେ ରାସନ ଦୋକାନରୁ କିଣି ପାରିବେ ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ ୩୦/୧୦: ରୋଷେଇ ପାଇଁ ଭାରତରେ ଏଲପିଜି ଗ୍ୟାସ ସିଲିଣ୍ଡର ବହୁଳ ଭାବରେ ବ୍ୟବହୃତ ହୁଏ ।ତେବେ ଗତ କିଛି ବର୍ଷ ମଧ୍ୟରେ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଭାରତର ଏକ ବୃହତ ଜନସଂଖ୍ୟାର ଦେଶ ଅଟେ ।  ଏଭଳି ପରିସ୍ଥିତିରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହେତୁ ମଧ୍ୟବିତ୍ତ ଲୋକଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାର ଶୀଘ୍ର ଏକ ବଡ଼ ପରିବର୍ତ୍ତନ ଆଣିପାରନ୍ତି ।ରିପୋର୍ଟ ଅନୁଯାୟୀ ସରକାର ରାସନ ଦୋକାନରେ ଛୋଟ ରନ୍ଧନ ଗ୍ୟାସ୍ ସିଲିଣ୍ଡର ବିକ୍ରିକୁ ଅନୁମୋଦନ କରିପାରନ୍ତି ।ସରକାରଙ୍କ ଏହି ନିଷ୍ପତ୍ତି ଭାରତର ଏକ ବୃହତ ବିଭାଗକୁ ସିଧାସଳଖ ଲାଭ ଦେବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସିଲିଣ୍ଡରଗୁଡିକ କେବଳ ତେଲ ମାର୍କେଟିଂ କମ୍ପାନୀଗୁଡିକର ଖୁଚୁରା ଆଉଟଲେଟରୁ କିଣା ଯାଇପାରିବ।  ତେବେ ଆସନ୍ତୁ ଜାଣିବା ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ହେବାକୁ ଥିବା ପରିବର୍ତ୍ତନଗୁଡ଼ିକ ବିଷୟରେ ।

ବର୍ତ୍ତମାନ ଦେଶରେ ୫ ଲକ୍ଷରୁ ଅଧିକ ରେସନ ଦୋକାନ କାର୍ଯ୍ୟ  କରୁଛି ।ଏକ ବୈଠକରେ ଏହି ପ୍ରସ୍ତାବ ଦେଇ ଖାଦ୍ୟ ସଚିବ ସୁଦର୍ଶନ ପାଣ୍ଡେ କହିଛନ୍ତି ଯେ ରାସନ ଦୋକାନରେ ଛୋଟ ଏଲପିଜି ଗ୍ୟାସ ସିଲିଣ୍ଡର ବିକ୍ରୟ କରିବା ଦ୍ୱାରା ଦେଶରେ  ଏକ ବଡ ପରିବର୍ତ୍ତନ ଆଣିପାରେ।

ଏହି ବୈଠକରେ ତେଲ ମାର୍କେଟିଂ କମ୍ପାନୀର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ତେଲ ମାର୍କେଟିଂ କମ୍ପାନୀର ଅଧିକାରୀମାନେ ମଧ୍ୟ ସୁଦର୍ଶନ ପାଣ୍ଡେଙ୍କ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ଏହା ବ୍ୟତୀତ ବୈଠକରେ  ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ବୈଠକରେ ମୁଦ୍ରା ଲୋନକୁ ରାସନ ଦୋକାନ ମାଧ୍ୟମରେ ଆଗକୁ ନେବାକୁ ପ୍ରସ୍ତାବ ଉପରେ ଏକ ଗଭୀର ଆଲୋଚନା ହୋଇଥିଲା।ଏହା ବ୍ୟତୀତ ରାସନ ଦୋକାନରେ ଆର୍ଥିକ ସେବା ଯୋଗାଇବା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ବୈଠକରେ   ପେଟ୍ରୋଲିୟମ ମନ୍ତ୍ରଣାଳୟ, ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ  ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ଯେ  ଏହି ପ୍ରସ୍ତାବକୁ ଆଗକୁ  ବଢାଇବେ ।

ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ଏହି ପରିବର୍ତ୍ତନ ଏବଂ ଏହାର ଲାଭ ବିଷୟରେ ରାସନ  ଦୋକାନ ମାଲିକମାନଙ୍କୁ ଜଣାଇବାକୁ କୁହାଯାଇଛି। ଏପରି କରିବା ଦ୍ୱାରା  ପ୍ରସ୍ତାବର ଶୀଘ୍ର କାର୍ଯ୍ୟକାରୀ  ହେବାର ସାହାଯ୍ୟ କରିବ । ଅନ୍ୟପକ୍ଷରେ ସରକାର ପୁଣି ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିପାରନ୍ତି ।  

ଅନ୍ୟମାନଙ୍କୁ ଜଣାନ୍ତୁ।