You are currently viewing ମଙ୍ଗଳ ଗ୍ରହର ଶବ୍ଦ ରେକଡିଂ କରିଛି ନାସା

ମଙ୍ଗଳ ଗ୍ରହର ଶବ୍ଦ ରେକଡିଂ କରିଛି ନାସା

ୱାଶିଂଟନ- ମଙ୍ଗଳ ଅଭିଯାନରେ ନାସାକୁ ମିଳିଛି ବଡ ସଫଳତା । ଜନସାଧାରଣ ଶୁଣିିବାକୁ ପାଇଲେ ମଙ୍ଗଳ ଗ୍ରହର ସ୍ୱର । ମଙ୍ଗଳ ପୃଷ୍ଠରେ ପବନ ବହୁଥିବାର ଶବ୍ଦ ରେକଡିଂ କରିଛି ନାସା । ମଙ୍ଗଳ ଯାନ ରୋଭର ଅବତରଣ ବେଳର ଶବ୍ଦ ସଂଗ୍ରହ କରିଛି ନାସା । ନାସା ରେକର୍ଡ ହୋଇଥିବା ଏହି ଶବ୍ଦକୁ ସାର୍ବଜନୀନୀ କରିଛି । ଏନେଇ ୩ ମିନିଟ ୨୫ ସେକେଣ୍ଡର ଭିଡିଓ ଜାରି କରିଛି ନାସା । ଏନେଇ ନାସା ପକ୍ଷରୁ କୁହାଯାଇଛି ଯେ, ରୋଭର ମଙ୍ଗଳ ପୃଷ୍ଠ ଛୁଇଁବା ସମୟରେ ମାଇକ୍ରୋଫୋନ କାମ କରିନ ଥିଲା । କିନ୍ତୁ ଏହା ପରେ ମାେଇକ୍ରୋଫୋନ କାମ କରିଥିବାରୁ ଶବ୍ଦ ସଂଗ୍ରହ କରିବା ସମ୍ଭବ ହୋଇପାରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।