You are currently viewing ନୂଆବର୍ଷରେ ନୂଆ ମୁହଁ

ନୂଆବର୍ଷରେ ନୂଆ ମୁହଁ

ନୂଆଦିଲ୍ଲୀ ୩୧/୧୨, ବଦଳିବ ମୋଦିଙ୍କ ମନ୍ତ୍ରୀ ମଣ୍ଡଳ । ନୂଆବର୍ଷରେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଦେଖାଦେବେ ନୂଆ ମୁହଁ । ଆସନ୍ତା ଜାନୁୟାରୀ ୧୪ ତାରିଖ ପରେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ହେବ ବଡ ପରିବର୍ତ୍ତନ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ନୂଆବର୍ଷରେ ବଦଳିବ ମନ୍ତ୍ରିମଣ୍ଡଳ । ବିଦାହେବେ ବିବାଦୀୟ ମନ୍ତ୍ରୀ , ନୂଆଙ୍କୁ ମିଳିବ ସୁଯୋଗ । ଆସନ୍ତା ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାରୁ ଅଛି । ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରୀମଣ୍ଡଳ ପରିବର୍ତନ କରଯାଇପାରେ ବୋଲି କୁହାଯାଉଛି । ବଜେଟ ଅଧିବେଶନ ପୂର୍ବରୁ ଏହି ଅଦଳବଦଳ ପ୍ରକ୍ରିୟା ଶେଷ ହେବ ବୋଲି କୁହାଯାିଛି । ଏଥିପାଇଁ ଦଳର ବରିଷ୍ଠ ନେତାମାନେ ରାଜ୍ୟନେତୃବୃନ୍ଦଙ୍କ ଆଲୋଚନା କରିଛନ୍ତି । ନିକଟରେ ହୋଇଥିବା ଗୁଜରାଟ ନିର୍ବାଚନର ସଫଳତାରେ ହାତ ଥିବା କିଛି ନେତାଙ୍କୁ ନେତାଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି କୁହାଯାଉଛି । ଶେଷଥର ପାଇଁ ଗତ ଜୁନ୍ ୮ ତାରିଖରେ ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ ହେବା ସହ ୧୨ ଜଣ ମନ୍ତ୍ରୀଙ୍କୁ ନୂଆ ଦାୟୀତ୍ୱ ଦିଆଯାଇଥିଲା । ଏଥର ହେବାକୁ ଥିବା ପରିବର୍ତନରେ ଲୋକସଭା ସଦସ୍ୟଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ଦିଆଯାଇପାରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।