You are currently viewing ବିଶ୍ୱ ମାନ୍ୟତାରେ ଦ୍ୱିତୀୟରେ ନୀରଜ

ବିଶ୍ୱ ମାନ୍ୟତାରେ ଦ୍ୱିତୀୟରେ ନୀରଜ

ନୂଆଦିଲ୍ଲୀ-୧୨.୦୮.୨୦୨୧, ବିଶ୍ବ ମାନ୍ୟତାରେ ଆଉ ଏକ କୀର୍ତ୍ତି ସ୍ଥାପନ କରିଛନ୍ତି ବିଜେତା ନୀରଜ ଚୋପ୍ରା । ସେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ବିଶ୍ୱ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ସେ ୧୩୧୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଟୋକିଓରେ ସ୍ୱର୍ଣ୍ଣ ହାସଲ କରିଥିବା ନୀରଜ୧୪ଟି ସ୍ଥାନର ଉନ୍ନତି ଘଟାଇ ଦ୍ବିତୀୟ ସ୍ଥାନରେ ଅଛନ୍ତି । ସେ ୮୭.୫୮ ମିଟର ଦୂରତ୍ୱ ସହିତ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

ତେବେ ୧୩୯୬ ପଏଣ୍ଟ ସହ ଜର୍ମାନୀର ଜୋହାନେସ ଭିଟର ପ୍ରଥମ ସ୍ଥାନରେ ରହିଛନ୍ତି । ଜୋହାନେସ ଭିଟର ପ୍ରଥମ ସ୍ଥାନରେ ରହିଥିଲେ ମଧ୍ୟ ସେ ଅଲିମ୍ପିକ୍ସରେ ଉତ୍ତମ ପ୍ରଦର୍ଶନ କରିନଥିଲେ । ଅଲିମ୍ପିକ୍ସରେ ମାତ୍ର ୮୨.୫୨ ମିଟରର ଥ୍ରୋ କରି ପାରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।