You are currently viewing ଇତିହାସ ରଚିଲେ ନୀରଜ; ଭାରତକୁ ଦେଲେ ପ୍ରଥମ ସ୍ବର୍ଣ୍ଣ

ଇତିହାସ ରଚିଲେ ନୀରଜ; ଭାରତକୁ ଦେଲେ ପ୍ରଥମ ସ୍ବର୍ଣ୍ଣ

ଟୋକିଓ-୦୭.୦୮.୨୦୨୧, ଇତିହାସ ରଚିଲେ ନୀରଜ ଚୋପ୍ରା । ଜାଭେଲିନ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା । ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ସ୍ବର୍ଣ୍ଣ ଜିତିଲେ । ଏଥିସହିତ ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ଆଥଲେଟିକ୍ସରେ ପଦକ ଜିତିଛି ଭାରତ । ନୀରଜ ପ୍ରତିଯୋଗୀତା ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଆସୁଥିଲେ । ଫାଇନାଲ ମୁକାବିଲାର ପ୍ରଥମ ପ୍ରୟାସରେ ନୀରଜ ୮୭.୦୩ ମିଟର ‌ଥ୍ରୋ କରି ସଫଳ ଆରମ୍ଭ କରିଥିଲେ। ପରେ ଦ୍ବିତୀୟ ପ୍ରୟାସରେ ୮୭.୫୮ ମିଟର, ଏହାପରେ ତୃତୀୟ ପ୍ରୟାସରେ ୭୬.୭୯ ମିଟର ଥ୍ରୋ କରିଥିଲେ ନୀରଜ । ଏହାକୁ ମିଶାଇ ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି।
ଏଠାରେ ସୂତନାଯୋଗ୍ୟ ଯେ, ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ନୀରଜ ୮୬.୬୫ ମିଟର ଥ୍ରୋ କରି ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲେ । ମୋଟ ୧୨ ଜଣ ଖେଳାଳି ଫାଇନାଲ ପାଇଁ କ୍ୱାଲିଫାଏ କରିଥିଲେ । ସମସ୍ତଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରଜ ।

ଅନ୍ୟମାନଙ୍କୁ ଜଣାନ୍ତୁ।