You are currently viewing ନିଟ୍ ୟୁଜି ରେଜଲ୍ଟ ପ୍ରକାଶ : ନ୍ୟାସନାଲ ଟେଷ୍ଟି ଏଜେନ୍ସି ପକ୍ଷରୁ ରେଜଲ୍ଟ ଜାରି

ନିଟ୍ ୟୁଜି ରେଜଲ୍ଟ ପ୍ରକାଶ : ନ୍ୟାସନାଲ ଟେଷ୍ଟି ଏଜେନ୍ସି ପକ୍ଷରୁ ରେଜଲ୍ଟ ଜାରି

ଏଏନଏସ :  ନିଟ୍-ୟୁଜି ପରୀକ୍ଷା ରେଜଲ୍ଟ ପ୍ରକାଶ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ପ୍ରକାଶ ପାଇଛି ନିଟ୍ ୟୁଜି ରେଜଲ୍ଚ। ନ୍ୟାସନାଲ ଟେଷ୍ଟି ଏଜେନ୍ସି ପକ୍ଷରୁ ରେଜଲ୍ଟ ଜାରି କରାଯାଇଛି। ୱେବସାଇଟ୍ nta.nic.inକୁ କ୍ଲିକ୍ କରି ଛାତ୍ରଛାତ୍ରୀ ନିଜ ରେଜଲ୍ଟ ପାଇପାରିବେ।

ଜୁନ ୪ରେ ସର୍ବଭାରତୀୟ ସ୍ତରରେ ନିଟ ରେଜଲ୍ଟ ପ୍ରକାଶ ପାଇଥିଲା। କିନ୍ତୁ ଏବେ ସହର ୱାରୀ ଓ ପରୀକ୍ଷା କେନ୍ଦ୍ର ୱାରୀ ରେଜଲ୍ଟ ପ୍ରକାଶ ପାଇଛି। ଶନିବାର ମଧ୍ୟାହ୍ନ ସୁଦ୍ଧା ସହର ଓ ସେଣ୍ଟର ଅନୁସାରେ ରେଜଲ୍ଟ ପ୍ରକାଶ କରବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏହି ଆଦେଶକୁ ପାଳନ କରି ଆଜି ରେଜଲ୍ଟ ପ୍ରକାଶ କରିଛି ଏନଟିଏ। ତେବେ ଯଦି ବିପୁଳ ସଂଖ୍ୟାରେ ଅନିୟମିତତା ହୋଇଥିବ, ଏହି ରେଜଲ୍ଟରୁ ଜଣାପଡ଼ିବ। ତା’ହେଲେ ଯାଇ ପୁନଃ ପରୀକ୍ଷା କରାଯାଇ ପାରିବ ବୋଲି ସର୍ବୋଚ୍ଚ ଅଦାଲତ ସର୍ତ୍ତ ରଖିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।