You are currently viewing ଦିଲ୍ଲୀରୁ ୧୦ ନୂଆ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

ଦିଲ୍ଲୀରୁ ୧୦ ନୂଆ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ-୧୭.୧୨.୨୦୨୧, କରୋନାର ନୂଆ ପ୍ରଜାତି ଓମିକ୍ରନ ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ଆଜି ପୁଣି ଦିଲ୍ଲୀରୁ ୧୦ଟି ନୂଆ ମାମଲା ଚିହ୍ନଟ ହୋଇଛି । ଫଳରେ ଦେଶରେ ମୋଟ ଓମିକ୍ରନ୍‌ ଆକ୍ରାନ୍ତ ସଂଖ୍ୟା ୯୭କୁ ବୃଦ୍ଧି ପାଇଛି । ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି।
ସୂଚନାନୁସାରେ, ଦିଲ୍ଲୀରେ ନିକଟରେ ୪୦ ଆକ୍ରାନ୍ତଙ୍କ ନମୁନ ଜିନୋମ୍ ସିକ୍ୟୋନ୍ସିଂ ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୦ ଜଣ ଓମିକ୍ରନ୍ ସଂକ୍ରମିତ ଥିବା ଜଣାପଡିଛି ।ଏହି ୧୦ ଟି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦିଲ୍ଲୀରେ ମାମଲା ୨୦କୁ ବୃଦ୍ଧି ପାଇଛି । ମୋଟ ୨୦ ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି । ବାକି ୧୯ ଓମିକ୍ରନ୍‌ ସଂକ୍ରମିତ ରୋଗୀଙ୍କର ଏଲ୍‌ଏନ୍‌ଜେପି ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ।
ଭାରତରେ ଓମିକ୍ରନ୍‌ର ମୋଟ ୯୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୩୨, ରାଜସ୍ଥାନରେ ୧୭, ଦିଲ୍ଲୀରେ ୨୦, କର୍ଣ୍ଣାଟକରେ ୮, ତେଲେଙ୍ଗାନାରେ ୬, କେରଳ, ଗୁଜରାଟରେ ୫-୫, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଚଣ୍ଡୀଗଡ଼ରେ ଜଣେ ଲେଖାଏଁ ଓମିକ୍ରନ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।