You are currently viewing ତାମିଲନାଡୁରୁ ୩୩ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ଦେଶରେ ମୋଟ ସଂଖ୍ୟା ୨୭୧କୁ ବୃଦ୍ଧି

ତାମିଲନାଡୁରୁ ୩୩ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ଦେଶରେ ମୋଟ ସଂଖ୍ୟା ୨୭୧କୁ ବୃଦ୍ଧି

ନୂଆଦିଲ୍ଲୀ-୨୩.୧୨.୨୦୨୧, କରୋନା ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ମାଡ଼ିଚାଲିଛି । ତାମିଲନାଡ଼ୁରୁ ଦିନକରେ ୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୩୪ ଜଣ ଓମିକ୍ରନ୍ ଚିହ୍ନଟ ହୋଇଥିବା ତାମିଲନାଡ଼ୁ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ସାରା ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୭୧ରେ ପହଂଚିଛି । ମହାରାଷ୍ଟ୍ରରେ ସର୍ବାଧିକ ୬୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଦିଲ୍ଲୀରେ ୬୪ ଜଣ ସଂକ୍ରମିତ ହୋଇଛନ୍ତି ।

ଅନ୍ୟପଟେ ଆଜି ଓଡ଼ିଶାରୁ ପୁଣି ଦୁଇ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ତେବେ ଏହି ୨ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ ଆସିଛି । ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ସ୍ପଷ୍ଟ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।ଏହି ନାଇଜେରିଆ ଫେରନ୍ତା ଆଉ ୨ ଜଣ ସଂକ୍ରମିତ ହେଲେ ନାବାଳିକା, ଜଣେ ୧୧ ଓ ୧୫ ବର୍ଷ ବୟସର।  ୧୩ ତାରିଖରେ ବାପାମାଆଙ୍କ ସହ ୨ ଝିଅ ନାଇଜେରିଆରୁ ଫେରିଥିଲେ । ବାପା,ମାଆ ଓ ଡ୍ରାଇଭରଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ୨ ଝିଅଙ୍କ ନମୂନା ଓମିକ୍ରନ ପଜିଟିଭ ଆସିଛି ।’ ଉଭୟ ଭୁବେନଶ୍ୱରର ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି  ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।