You are currently viewing ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ୧୨ ରାଜ୍ୟସଭା ସାଂସଦ ସସପେଣ୍ଡ

ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ୧୨ ରାଜ୍ୟସଭା ସାଂସଦ ସସପେଣ୍ଡ

ନୂଆଦିଲ୍ଲୀ-୨୯.୧୧.୨୦୨୧, ଆଜିଠାରୁ ଆରମ୍ଭ ହୋଇଯାଇଛି ସଂସଦର ଶୀତକାଳୀନ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ୧୨ ଜଣ ରାଜ୍ୟସଭା ସାଂସଦଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାକି ଅଧିବେଶନରେ ନିଲମ୍ବିତ କରାଯାଇଛି । ପ୍ରଥମ ଦିନରେ ନିୟମ ଭାଙ୍ଗିବା କାରଣରୁ ଏହି ସାଂସଦ ମାନଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ସାଂସଦଙ୍କ ମଧ୍ୟରେ କଂଗ୍ରେସରୁ ୬ ଜଣ, ତୃଣମୁଳ କଂଗ୍ରେସ (ଟିଏମସି) ରୁ ଦୁଇଜଣ, ସିପିଆଇରୁ ଦୁଇଜଣ ଏବଂ ଶିବସେନାର ଦୁଇଜଣ ଅଛନ୍ତି।

ନିଲମ୍ବିତ ସାଂସଦ – କଂଗ୍ରେସର ଫୁଲୋ ଦେବୀ ନେଟମ, ଛାୟା ଭର୍ମା, ରିପୁନ ବୋରା, ରାଜାମଣି ପଟେଲ, ସୟଦ ନାସିର ହୁସେନ୍ ଏବଂ ଅଖିଳେଶ ପ୍ରସାଦ ସିଂ, ଟିଏମସିର ଶାନ୍ତା ଛେତ୍ରୀ ଏବଂ ଡୋଲା ସେନ୍, ସିପିଆଇର ବିନୟ ବିଶ୍ୱାମ ଏବଂ ଶିବସେନାର ଅନିଲ ଦେଶାଇ ଓ ପ୍ରିୟଙ୍କା ଚତୁର୍ବେଦୀ, ସିପିଏମ୍‌ର ଏଲାରାମ କରିମ ।

ଅନ୍ୟମାନଙ୍କୁ ଜଣାନ୍ତୁ।