You are currently viewing ଦିନକରେ କୋଟିଏରୁ ଅଧିକ ଟିକାକରଣ

ଦିନକରେ କୋଟିଏରୁ ଅଧିକ ଟିକାକରଣ

ନୂଆଦିଲ୍ଲୀ- ୨୮.୦୮.୨୦୨୧, କରୋନା ସଂକ୍ରମଣ ବିରୋଧରେ ଟିକାକରଣକୁ ଗୁରୁତ୍ବ ଦିଆଯାଉଛି । ତେବେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୨,୨୯,୮୯,୧୩୯ ଲୋକଙ୍କୁ ଟିକା ଦିଆଯାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଛି । ଏହି ସଫଳତା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭାରତକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛି ।


ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟା ସ୍ବାମୀନାଥନ୍ ଟ୍ୱିଟ୍ ମାଧ୍ୟମରେ ଟିକାକରଣ ପ୍ରକ୍ରିୟାରେ ଜଡ଼ିତ ହଜାର ହଜାର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ବ୍ୟତୀତ ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ମଧ୍ୟ କହିଛନ୍ତି।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଥିଲେ ଯେ, ଆଜି ଟିକାକରଣ ରେକର୍ଡ କରିଛି । ଏକ କୋଟି ମାର୍କ ଅତିକ୍ରମ କରିବା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା । ଯେଉଁମାନେ ଟିକାକରଣ କରିଛନ୍ତି ଓ ଯେଉଁମାନେ ଟିକାକରଣ ଅଭିଯାନକୁ ସଫଳ କରିଛନ୍ତି ସେମାନଙ୍କୁ ଅଭିନନ୍ଦନ ।

ଅନ୍ୟମାନଙ୍କୁ ଜଣାନ୍ତୁ।