You are currently viewing ଅକ୍ସିଜେନ ଅଭାବରୁ ୨୫ ରୋଗୀ ମୃତ

ଅକ୍ସିଜେନ ଅଭାବରୁ ୨୫ ରୋଗୀ ମୃତ

ନୂଆଦିଲ୍ଲୀ-୨୩ ,୦୪,୨୦୧୧, ସମଗ୍ର ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିଛି । ଏହି ଭିତରେ କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିବା ଅକ୍ସିଜେନର ଅଭାବ ରାଜଧାନୀ ଦିଲ୍ଲୀର ଶ୍ରୀ ଗଙ୍ଗାରାମ ହସ୍ପିଟାଲରେ ଦେଖିବାକୁ ମିଳିଛି । ଅକ୍ସିଜେନ ଅଭାବରୁ ହସ୍ପିଟାଲରେ ୨୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ଏବଂ ୬୦ ଜଣ ରୋଗୀ ବିପଦରେ ରହିଛନ୍ତି । ହସ୍ପିଟାଲରେ ଗଚ୍ଛିତ ଥିବା ଅକ୍ସିଜେନ ଆଉ ମାତ୍ର ଦୁଇ ଘଣ୍ଟା ଚାଲିବ ବୋଲି ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହା ବ୍ୟତୀତ ହସ୍ପିଟାଲରେ ଭେଣ୍ଟିଲେଟର୍ ଏବଂ ‘ବିଆଇପିଏପି’ ମେସିନ୍ ଭଲ ଭାବେ କାର୍ଯ୍ୟ କରୁନାହିଁ ବୋଲି ସେ କହଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।