You are currently viewing ଭାରତରେ ପାକିସ୍ତାନର ଟ୍ୱିଟର ଆକାଉଣ୍ଟ ବ୍ୟାନ

ଭାରତରେ ପାକିସ୍ତାନର ଟ୍ୱିଟର ଆକାଉଣ୍ଟ ବ୍ୟାନ

ନୂଆଦିଲ୍ଲୀ(୧.୧୦.୨୨) : ପାକିସ୍ତାନ ବିରୋଧରେ ଭାରତର ବଡ ଡିଜିଟାଲ ଷ୍ଟ୍ରାଇକ । ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲାଗିଛି । ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ମୋଦି ସରକାରଙ୍କ ଦ୍ୱାରା ୫୫ଟି ୟୁଟ୍ୟୁବ ଚ୍ୟାନେଲ ଏବଂ ଜାତୀୟ ବିରୋଧୀ ବିଷୟ ବସ୍ତୁ ଉପରେ ଥିବା ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଜାନୁଆରୀ ୨୦୨୨ ଏବଂ ଡିସେମ୍ବର ୨୦୨୨ରେ ଭାରତ ପାକିସ୍ତାନ ଉପରେ ଏଭଳି କାର୍ଯ୍ୟନୁଷ୍ଟାନ ଗ୍ରହଣ କରିସାରିଛି । ତେବେ ପାକିସ୍ତାନ ଟ୍ୱିଟର ହ୍ୟାଣ୍ଡେଲ ଗୋଭଟୋଫ ପାକିସ୍ତାନର ଆକାଉଣ୍ଟ ଉପରେ ନିଷେଧାଦେଶ ସମ୍ପର୍କରେ ଭାରତ ସରକାର କୌଣସି ବିବୃତ୍ତି ଦେଇ ନାହାନ୍ତି । ଏହି ସମୟରେ ପାକିସ୍ତାନ ଉପରେ ହୋଇଥିବା ସବୁଠାରୁ ବଡ ଡିଜିଟାଲ ଷ୍ଟ୍ରାଇକକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ନିକଟରେ ଏକ ଆଧୁନିକ ଇସଲାମିକ ସଂଗଠନ ଉପରେ ପଦକ୍ଷପ ନିଆଯିବା ପରେ କେନ୍ଦ୍ର ସରକାର ଏହି ପଦକ୍ଷପ ନେଇଚନ୍ତି ବୋଲି କୁହାଯାଉଛି । ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପାକିସ୍ତାନ ଦୀର୍ଘ ଦିନ ଧରି ଭାରତ ବିରୋଧରେ ପ୍ରଚାର ପ୍ରସାର କରୁଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।