You are currently viewing ଗୌରୀ ମନ୍ଦିରରେ ପୂଜା ଓ ଦର୍ଶନପାଇଁ ମିଳିଲା ଅନୁମତି

ଗୌରୀ ମନ୍ଦିରରେ ପୂଜା ଓ ଦର୍ଶନପାଇଁ ମିଳିଲା ଅନୁମତି

ଲକ୍ଷ୍ନୌ(୧୨.୯.୨୨) : ଜ୍ଞାନବ୍ୟାପୀ ମସଜିଦ ପରିସରରେ ଥିବା ଗୌରୀ ମନ୍ଦିର ମାମଲାରେ ବାରଣାସୀ ଜିଲ୍ଲା କୋର୍ଟରେ ଫଇସଲା ଆସିଛି । ହିନ୍ଦୁଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ଜିଲ୍ଲା ଜଜ୍ । ଏହା ସହିତ ଅଞ୍ଜୁମନ ଇନ୍ତେଜାମିଆ କମିଟି ପକ୍ଷରୁ ହେଇଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ସେପଟେ ହିନ୍ଦୁଙ୍କ ସପକ୍ଷରେ ଫଇସଲା ଆସିବା ପରେ ମୁସଲିମ ପକ୍ଷ ଏହି ରାୟକୁ ଚ୍ୟାଲେଞ୍ଜ କରି ଉଚ୍ଚ ଅଦାଲତକୁ ଯିବେ ବୋଲି କହିଛନ୍ତି । ବାରାଣାସୀ ଜିଲ୍ଲା ଜଜ୍ ଅଜୟ କୃଷ୍ଣ ଅଗଷ୍ଟ ୨୪ ତାରିଖରେ ଏହି ମାମଲାର ରାୟକୁ ସଂରକ୍ଷିତ ରଖିଥିଲେ । ସେପ୍ଟେମ୍ବର ୧୨ ତାରିଖରେ ରାୟ ଶୁଣାଇବାକୁ ଘୋଷଣା କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମେ୨୩ ତାରିଖରେ ଜ୍ଞାନବ୍ୟାପି ମାମଲାର ଶୁଣାଣି ଯୋଗ୍ୟ ନା ନାହିଁ ନେଇ ଜିଲ୍ଲା କୋର୍ଟରେ ଶୁଣାଣି ଚାଲିଛି । ସେପଟେ ଶୁଣାଣିକୁ ଦୃଷ୍ଟିରେ ରଖି ଆଜି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । କୋର୍ଟ ପରିସରରେ ଶହ ଶହ ପୋଲିସ୍ ଫୋର୍ସ ମୁତୟପ କରାଯାଇଥିଲା । ଏହା ସହିତ ପୁରା ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।