You are currently viewing କ୍ରିପ୍ଟୋକରେନ୍ସିଂକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ

କ୍ରିପ୍ଟୋକରେନ୍ସିଂକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୮/୧୧: ଆଜି ସିଡ୍‌ନୀ ଡାଏଲଗରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।   ଏହି ଭାଷଣରେ କ୍ରିପ୍ଟୋକରେନ୍ସିଂକୁ ନେଇ ସେ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ ଏନେଇ କହିଛନ୍ତି ଯେ, ଏହା ଭୁଲ୍ ଲୋକଙ୍କ ହାତକୁ ଚାଲିନଯାଉ। ଏ ବିଷୟରେ ଆମକୁ ଏକାଠି ହୋଇ ଧ୍ୟାନ ଦେବାକୁ ପଡ଼ିବ। ଏହା ଯେପରି ଯୁବ ସମାଜକୁ ନଷ୍ଟ ନକରେ ତାହା ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ। ଆଜିର ସମୟରେ ଟେକ୍ନୋଲୋଜି ଏବଂ ଡାଟା ସବୁଠାରୁ ବଡ଼ ଅସ୍ତ୍ର । କହିରଖୁଛୁ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛିଦିନ ପୂର୍ବରୁ କ୍ରିପ୍ଟୋକରେନ୍ସିଂକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ ।

 ସୂଚନା ଅନୁଯାୟୀ ସିଡ୍‌ନୀ ଡାଏଲଗରେ ଦୀକ୍ଷାନ୍ତ ଭାଷଣ ରେ ଭିସି ମାଧ୍ୟମରେ ପିଏମ ମୋଦି ଏହି କାର୍ଯ୍ୟକ୍ରମରେରେ ଯୋଡି ହୋଇ ଅଭିଭାଷଣ ରଖିଥିଲେ ।   ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନଙ୍କ ପ୍ରାରମ୍ଭିକ ଭାଷଣ ପରେ ପ୍ରଧାନମନ୍ତ୍ରୀ ମୋଦି ଭାରତର ପ୍ରଯୁକ୍ତି ଉଦଭାବନ ଓ ବିପ୍ଳବ ଉପରେ ଉଦବୋଧନ ଦେଇଥିଲେ ।  ସେ  କୋୱିନ୍ ଓ ଆରୋଗ୍ୟ ସେତୁ ଆପ୍ ଦ୍ୱାରା ଦେଶରେ ୧୧୦ କୋଟି ଟିକାକରଣ ହୋଇପାରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ତାଙ୍କ ଭାଷଣରେ କହିଛନ୍ତି ଯେ, ସମସ୍ତ ଲୋକତାନ୍ତ୍ରିକ ଦେଶଙ୍କୁ ମିଳିମିଶି କାମ କରିବାକୁ ପଡ଼ିବ । ଏଥିସହିତ ଆମେ ପ୍ରୟାସ କରିବା ଯେ କ୍ରିପ୍ଟୋକରେନ୍ସିଂ କୌଣସି ଖରାପ ଲୋକର ହାତକୁ ଚାଲାନଯାଉ । ଯଦି ଏପରି ହୁଏ ତେବେ ଏହା ଆମ ଯୁବପୀଢ଼ିଙ୍କୁ ବର୍ବାଦ କରିଦେବ । ସମୁଦ୍ର ଠାରୁ ନେଇ ସାଇବର ପର୍ଯ୍ୟନ୍ତ  ସମସ୍ତଙ୍କ ଉପରେ ବିପଦ ରହିଛି । ବର୍ତ୍ତମାନର ପରିସ୍ଥିତିରେ ଟେକ୍ନୋଲୋଜି ଏକ ବଡ଼ ଭୂମିକା ଗ୍ରହଣ କରୁଛି ।  

ଅନ୍ୟମାନଙ୍କୁ ଜଣାନ୍ତୁ।