You are currently viewing ଅପରାହ୍ନରେ କରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ଅପରାହ୍ନରେ କରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ-୦୯.୦୧.୨୦୨୨, ଦେଶରେ ବେକାବୁ ହେଲାଣି କରୋନା ସଂକ୍ରମଣ । ପ୍ରାୟ ୫ ଦିନ ହେବ ଦେଶରେ କରୋନା ବିସ୍ଫୋରଣ ଘଟିଛି । ଏବେ ପ୍ରତିଦିନ ପ୍ରାୟ  ଦେଶରେ ଲକ୍ଷେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏନେଇ ଆଜି ଅପରାହ୍ନ ସାଢେ ୪ଟାରେ  କରୋନା ସ୍ଥିତି ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଆତଙ୍କ ସୃଷ୍ଟି କରିଛି । ଦେଶରେ ସଂକ୍ରମଣ ବଢିବା ପରେ ପୁଣିଥରେ କଣ୍ଟେନମେଣ୍ଟ ଜୋନ, ନାଇଟ କର୍ଫ୍ୟୁ ଓ ଓ୍ୱିକେଣ୍ଡ୍ ସଟ୍ ଡାଉନ୍ ଫେରିଛି । ଏପରିକି ପୁଣିଥରେ ସାମାଜିକ, ଧାର୍ମିକ ଇତ୍ୟାଦି କାର୍ଯ୍ୟରେ କଟକଣା ଲାଗିଛି । ତେବେ ଆଜି ବୈଠକରେ ଏନେଇ ସରକାରଙ୍କ ନିଷ୍ପତ୍ତି କନ ହେବ ତା ଉପରେ ସାରା ଦେଶବାସୀଙ୍କ ନଜର ରହିଛି ।
ସୂଚନା ଯୋଗ୍ୟ ଯେ, ୨୪ ଘଣ୍ଟାରେ ୧୫୯୬୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ୩୫ ଲକ୍ଷରୁ ଅଧିକ ଆକ୍ରାନ୍ତ ହେଲେଣି । ସେହିପରି ୪୮୩୭୯୦ ସକ୍ରିୟ ମାମଲା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।