You are currently viewing ଟ୍ରକ୍‌-ବସ୍‌ ମୁହାଁମୁହିଁ ଧକ୍କା, ୧୩ ମୃତ

ଟ୍ରକ୍‌-ବସ୍‌ ମୁହାଁମୁହିଁ ଧକ୍କା, ୧୩ ମୃତ

ବାରବାଙ୍କୀ-୦୭.୧୦.୨୦୨୧, ଉତ୍ତରପ୍ରଦେଶର ବାରବାଙ୍କୀରେ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଟ୍ରକ୍‌-ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ୨୫ରୁ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।
ସୂଚନାଅନୁସାରେ, ଆଜି ସକାଳ ସମୟରେ ଦେୱା ଥାନା ଅନ୍ତର୍ଗତ ମାତି ରୋଡ୍‌ରେ ଉଭୟ ପଟୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ଓ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି । ଆଉଟିଂ ରିଂ ରୋଡରେ ଏହି ଅଘଟଣ ଘଟିଛି । ଟ୍ରକ୍‌ଟି ଦିଲ୍ଲୀରୁ ବହରାଇଚ ଯାଉଥିବାବେଳେ ବସଟି ଦିଲ୍ଲୀରୁ ୫୦ ଯାତ୍ରୀଙ୍କୁ ଧରି ଅଯୋଧ୍ୟା ରୋଡ୍ ଅଭିମୁଖେ ଯାତ୍ରା କରୁଥିଲା । ଦୁର୍ଘଟଣା ଭୟଙ୍କର ହୋଇଥିବାରୁ ଟ୍ରକ୍‌ ଓ ବସ୍‌ ଉଭୟ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ୧୩ ଜଣଙ୍କ ମୃତ୍ୟୁ ହୋଈଥିବାବେଳେ ୨୫ରୁ ୩୦ ଜଣ ଆହତ ହୋଇଛନ୍ତି । ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ପୋଲିସ ଦୁର୍ଘଟଣାଗ୍ରସ୍ତ ବସ୍ ଓ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।