You are currently viewing ରୁଷର ମିଶନ ମୁନ୍‌କୁ ଲାଗିଲା ଶକ୍ତ ଝଟକା, ଜାଣନ୍ତୁ ପୁରା ଘଟଣା

ରୁଷର ମିଶନ ମୁନ୍‌କୁ ଲାଗିଲା ଶକ୍ତ ଝଟକା, ଜାଣନ୍ତୁ ପୁରା ଘଟଣା

ଏଏନ୍ଏସ୍: ରୁଷର ମିଶନ ମୁନ୍‌କୁ ଶକ୍ତ ଝଟ୍‌କା ଲାଗିଛି । ଚନ୍ଦ୍ରର କକ୍ଷପଥକୁ ଯିବା ପୂର୍ବରୁ ରୁଷ୍‌ର ଲୁନା-୨୫ ପ୍ରି ଲାଣ୍ଡିଂ ପ୍ରକ୍ରିୟାରେ ଅଜଣା ତ୍ରୁଟି ଦେଖା ଦେଇଛି । ଏନେଇ ରୁଷ୍‌ର ସ୍ପେସ୍ ଏଜେନ୍ସି ରସ-କସମୋସ୍ ପକ୍ଷରୁ ସୂଚନା ଦିଆଯାଇଛି ।

ରସ-କସମୋସ୍ ଦେଇଥିବା ସୂଚନା ଅନୁସାରେ ଲୁନା-୨୫ ଚନ୍ଦ୍ରର କକ୍ଷପଥରେ ପ୍ରବେଶ ପୂର୍ବରୁ ଜରୁରୀକାଳୀନ ପରିସ୍ଥିତି ନେଇ ସିଗନାଲ୍‌ ପଠାଇଥିଲା । ଯାହା ଫଳରେ ମିଶନ ମୁନ୍‌କୁ ଶକ୍ତ ଝଟ୍‌କା ଲାଗିଛି । ନିର୍ଦ୍ଧାରିତ ବେଗ ଓ ଦିଗରେ ବଢ଼ିପାରିନାହିଁ ଲୁନା-୨୫ । ଆସନ୍ତାକାଲି ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିଥାନ୍ତା ବୋଲି କୁହାଯାଇଥିଲା । ହେଲେ ବର୍ତ୍ତମାନର ସୂଚନା ଅନୁସାରେ ଏବେ ଆଶଙ୍କା ମଧ୍ୟ ରହିଛି ରୁଷର ମିଶନ ମୁନ୍‌ ।

ଅନ୍ୟମାନଙ୍କୁ ଜଣାନ୍ତୁ।