You are currently viewing ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଲା ସ୍କୁଲ

ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ, ଦୀର୍ଘ ଦିନ ପରେ ଆଜିଠାରୁ ଦିଲ୍ଲୀ ଓ ରାଜସ୍ଥାନରେ ଦଶମ-ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଛି ସ୍କୁଲ । ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ, ଅନେକ ସଂଖ୍ୟାରେ ଆକ୍ରାନ୍ତ ମଧ୍ୟ ସୁସ୍ଥ ହେଉଛନ୍ତି । ତେଣୁ ରାଜ୍ୟସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋଲିଛି ସ୍କୁଲ । ସମସ୍ତେ ସରକାରଙ୍କର କୋଭିଡ଼ ଗାଇଡ଼ଲାଇନକୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି । ରାଜ୍ୟର ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ରବିବାର ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି । ଏହା ପରେ ସେ ଟୁଇଟ କରି ସ୍କୁଲ ଖୋଲିବା ନେଇ ସୂଚନା ପ୍ରଦାନ କରିଛନ୍ତି । 

ଅନ୍ୟମାନଙ୍କୁ ଜଣାନ୍ତୁ।