You are currently viewing ବାତ୍ୟା ପାଇଁ ତାମିଲନାଡୁରେ ସ୍କୁଲ କଲେଜ ଛୁଟି

ବାତ୍ୟା ପାଇଁ ତାମିଲନାଡୁରେ ସ୍କୁଲ କଲେଜ ଛୁଟି

ଚେନ୍ନାଇ(୮.୧୨.୨୨) : ମାଡି ଆସୁଛି ବାତ୍ୟା ଦକ୍ଷିଣ ବଙ୍ଗୋପସାଗରରେ ହୋଇଥିବା ଗଭୀର ଅବପାତ ଘନିଭୂତ ହୋଇ ବାତ୍ୟାର ରୁପ ନେଇଛି । ଏହି  ବାତ୍ୟାର ନାମ ମାଣ୍ଡୋସ ରଖାଯାଇଛି। ବର୍ତ୍ତମାନ ବାତ୍ୟାଟି  ଦକ୍ଷିଣ ପୂବର୍ବ ତାମିଲନାଡ଼ୁର ଚେନ୍ନାଇଠାରୁ ଦକ୍ଷିଣ-ପୂର୍ବ ୬୨୦ କିମି ଦୂରରେ କେନ୍ଦ୍ରିତ ଅଛି। ତାମିଲନାଡ଼ୁର ୧୨୩ଟି ଜିଲ୍ଲା ପାଇଁ ହାଇଆଲର୍ଟ ଜାରି କରାଯାଇଛି।  ପ୍ରଭାବିତ ଅଞ୍ଚଳରେ ୬ଟି ଏନଡିଆରଫଏ ଟିମ୍‌କୁ ମୁତୟନ କରାଯାଇଛି। ବାତ୍ୟା ପାଇଁ ଥିରଭୁର ଏବଂ ତାଞ୍ଜଭୁର  ଜିଲ୍ଲାରେ ସ୍କୁଲ କଲେଜ ଛୁଟି ଗୋଷଣା କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଟ୍ୱିଟ୍‌ ଅନୁଯାୟୀ ଦକ୍ଷିଣପଶ୍ଚିମ ଏବଂ ତତ୍‌ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଅବପାତ  ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ‘ମ୍ୟାଣ୍ଡସ୍’ରେ ପରିଣତ ହୋଇଛି। ତେଣୁ, ତାମିଲନାଡୁ, ପୁଡ୍ଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳ ପ୍ରତି ବାତ୍ୟା ସତର୍କତ ଜାରି କରାଯାଇଛି। ବାତ୍ୟା ପ୍ରଭାବରେ ଥିରୁଭାଲୁର, ଚେନ୍ନାଇ, ଚେଙ୍ଗଲପାଟ୍ଟୁ, କାଞ୍ଚିପୁରମ୍ ଭିଲୁପୁରମ୍, କୁଡାଲୋର, ମାୟିଲାଡୁଥୁରାଇ, ନାଗାପଟ୍ଟିନମ୍, ଥାନଜାଭୁର, ପେରାମବାଲୁର, ଆରିୟାଲୁର, ପୁଦୁକୁଟୁରାଇମ୍ ଏବଂ ପୁମୁକୁତଟୁରାଇମ୍  ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ତିନିଦିନ ଭିତରେ ଆନ୍ଧ୍ରପ୍ରଦେଶ ଦକ୍ଷିଣ ଉପକୂଳର କେତୋକାଂଶ, ତାମିଲନାଡ଼ୁ ଓ ପୁଡ଼ୁଚେରୀରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।