ram mandir

ଆତଙ୍କବାଦୀଙ୍କ ଟାର୍ଗେଟରେ ରାମ ମନ୍ଦିର ଓ ରାଜନେତା

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା । ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ପୂରା ଅଯୋଧ୍ୟା। ଦେଶର ବିଭିନ୍ନ ସ୍ଥାନରୁ ଅଯୋଧ୍ୟାକୁ ଛୁଟି ଆସୁଛନ୍ତି ଭକ୍ତ। ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ। ତେବେ ଏହାପୂର୍ବରୁ ସର୍ତକ ସୂଚନା ଜାରି କରିଛି ଗୁଇନ୍ଦା ବିଭାଗ। ରାମ ମନ୍ଦିରର ଉଦଘାଟନ କାର୍ଯ୍ୟକ୍ରମ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ନେଇ ସତର୍କ କରିଛି ଯାଞ୍ଚ ଏଜେନ୍ସି। କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ପ୍ରତିଷ୍ଠିତ ବ୍ୟକ୍ତି ଓ ରାଜନେତାଙ୍କୁ ଟାର୍ଗେଟ କରାଯାଇପାରେ। କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଜରିଆରେ ଏହି କାମ କରିବାକୁ ଆତଙ୍କବାଦୀ ସଙ୍ଗଠନ ଓ ଆଇଏସଆଇ ଯୋଜନା କରୁଥିବା ନେଇ ସତର୍କ କରିଛି ଗୁଇନ୍ଦା ବିଭାଗ।

ଏହି ଗୁଇନ୍ଦା ସୂଚନା ମିଳିବା ପରେ ସମସ୍ତ ସୁରକ୍ଷା ଯାଞ୍ଚ ଏଜେନ୍ସି ମିଳିତ ଭାବେ ବୈଠକ କରିବା ସହ ଯେପରି ସେଭଳି କୌଣସି ଅଘଟଣ ନ ଘରେ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି। ଏହାସହ ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସନ୍ଦେହଜନକ ବସ୍ତୁ ଦେଖିଲେ କିମ୍ବା କାହା ଉପରେ ସନ୍ଦେହ ହେଲେ ତୁରନ୍ତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ରାମମନ୍ଦିରର ଉଦଘାଟନ ପାଇଁ ଅଯୋଧ୍ୟାରେ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି। ସିସିଟିଭି ଜରିଆରେ ପୂରା ଅଞ୍ଚଳ ଉପରେ ନଜର ରଖାଯାଇଛି। 

ଅନ୍ୟମାନଙ୍କୁ ଜଣାନ୍ତୁ।