You are currently viewing ଆମେରିକାର ସୁପର ମାର୍କେଟରେ ଗୁଳିମାଡ

ଆମେରିକାର ସୁପର ମାର୍କେଟରେ ଗୁଳିମାଡ

ୱାଶିଂଟନ,୨୪/୦୯: ଆମେରିକାର ଗୋଟିଏ ସୁପର ମାର୍କେଟରେ ଜଣେ ଅଜଣା ଆତତାୟୀ ଆଖିବୁଜା ଗୁଳିମାଡ କରିଛି । ଏହି ଗୁଳିମାଡରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଏହାପରେ ଆତତାୟୀ ଆତ୍ମହତ୍ୟା କରିଛି । ଗୁଳିକାଣ୍ଡ ପରେ କୋଲିରଭିଲ୍ଲେର କ୍ରୋଗର ଗ୍ରୋସରୀ ଷ୍ଟୋରରେ ଦଳା ଚକଟା ସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ପୁଲିସ ମୁଖ୍ୟ ଡେଲ ଲେନ୍ କହିବା ଅନୁଯାୟୀ କଲ୍ୟୁଭିଲ୍ ଉପନଗରୀ ମେମଫିସ୍ ସ୍ଥିତ ‘କ୍ରୋଗର ଗ୍ରସରି’ ରେ ସଙ୍ଗଠିତ ଏହି ଗୁଳିକାଣ୍ଡରେ ଆହତ ହୋଇଥିବା ୧୨ ଜଣଙ୍କ ମଧ୍ୟରେ ଜଣେ ଶଲ୍ୟ ଚିିକିସାô ବିଭାଗ ଏବଂ ଅନ୍ୟ ଜଣେ ‘ଇଣ୍ଟେନ୍‌ସିଭ୍ କେୟାର୍‌’ ରେ ଅଛନ୍ତି । ଠିକ୍ ଗୁଳିକାଣ୍ଡ ପରେ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । କର୍ମଚାରୀଙ୍କ ସହାୟତାରେ ବିଲଡିଂ ମଧ୍ୟରୁ ଲୋକଙ୍କୁ ଉଦ୍ଧାର କରାଯାଇଛି । ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ବୋଲି ପୁଲିସ ପକ୍ଷରୁ କୁହା ଯାଇଛି । ଗୁଳିକାଣ୍ଡ ସମୟରେ ସୁପରମାର୍କେଟରେ ୪୪ ଜଣ କର୍ମଚାରୀ ଏବଂ ଅଗଣିତ ଗ୍ରାହକ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।