You are currently viewing ପରୀକ୍ଷାରେ ଫେଲ ହେବାରୁ ଆତ୍ମହତ୍ୟା କଲେ ଛାତ୍ରୀ

ପରୀକ୍ଷାରେ ଫେଲ ହେବାରୁ ଆତ୍ମହତ୍ୟା କଲେ ଛାତ୍ରୀ

ନୂଆଦିଲ୍ଲୀ ୩୧/୧୨: ପରୀକ୍ଷାରେ ଫେଲ ହେବାରୁ ଆତ୍ମହତ୍ୟା କଲେ ମେଡିକାଲ ଛାତ୍ରୀ । ଦିଲ୍ଲୀର ମୌଲାନା ଆଜାଦ ମେଡିକାଲ କଲେଜରେ ପାଠ ପଢ଼ୁଥିବା ଜଣେ ୧୯ ବର୍ଷୀୟ ଛାତ୍ରୀ ଆତ୍ମହତ୍ୟା  କରିଛନ୍ତି। ଛାତ୍ରୀ ଜଣଙ୍କ ହେଉଛନ୍ତି ଦିବ୍ୟା ଯାଦବ। ଗୁରୁବାର ଦିନ ଏକ  ମହିଳା ହଷ୍ଟେଲରେ  ରୁମ୍ରେ ଲାଗିଥିବା ଫ୍ୟାନରେ ସେ ଓଢ଼ଣୀ ବାନ୍ଧି ଆତ୍ମହତ୍ୟା କରିଛନ୍ତି।

ସେହି ହଷ୍ଟେଲ ରୁମରେ ରହୁଥିବା ଦୁଇ ଜଣ ଛାତ୍ରୀ କହିଛନ୍ତି, “ମେଡିକାଲ ପାଠ୍ୟକ୍ରମର ପରୀକ୍ଷା କିଛି ଦିନ ତଳେ ଅନୁଷ୍ଠିତ ହୋଇଥିଲା। ତେବେ ଦିବ୍ୟା ଦୁଇଟି ପେପର୍ରେ ଫେଲ ହୋଇଯାଇଥିଲେ। ଡିସେମ୍ବର ୨୯ ତାରିଖ ସନ୍ଧ୍ୟା ସମୟରେ ରେଜଲ୍ଟ ବାହାରିଥିଲା। ବିଫଳତା କଥା ଦିବ୍ୟା ଶୁଣିବା ପରେ ପୂରା ବିଶାଦ ମଧ୍ୟକୁ ଚାଲି ଯାଇଥିଲେ। ସେ ଚୁପଚାପ ରହିବା ସହ କାହା ସହ କଥାବାର୍ତ୍ତା କରି ନଥିଲେ।”

ପରେ ହଷ୍ଟେଲର ରୁମ ନମ୍ବର ୬୪ରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ରୁମରେ କେହି ରହୁ ନଥବାରୁ ଏହାର ଫାଇଦା ନେଇ ଦିବ୍ୟା ଆତ୍ମହତ୍ୟା କରିଛନ୍ତି।  ହେଷ୍ଟଲ ରୁମରୁ ଦିବ୍ୟା ପରିବାର ଲୋକଙ୍କ ପାଇଁ ଲେଖିଥିବା ଗୋଟିଏ ସୁଇସାଇଡ ନୋଟ ଜବତ କରିବା ସହ  ତାଙ୍କ ମୋବାଇଲକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି। ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।ଏହାପରେ ମୃତଦେହକୁ ତାଙ୍କ ବାପାଙ୍କୁ ହସ୍ତାନ୍ତର କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।