You are currently viewing ଏନ୍‌ଇଇଟି ରେ ବିଫଳ ହେବା ଭୟରେ ଛାତ୍ରୀଙ୍କ ଆତ୍ମହତ୍ୟା

ଏନ୍‌ଇଇଟି ରେ ବିଫଳ ହେବା ଭୟରେ ଛାତ୍ରୀଙ୍କ ଆତ୍ମହତ୍ୟା

ତାମିଲନାଡୁ, ୧୪/୦୯: ତାମିଲନାଡୁରେ ଏନ୍‌ଇଇଟି ପରୀକ୍ଷାରେ ବିଫଳ ହେବା ଭୟରେ ଛାତ୍ରୀଙ୍କ ଆତ୍ମହତ୍ୟା କରିଛନ୍ତି । ଯେଉଁଦିନ ‘ନିଟ୍‌’ ପରୀକ୍ଷା ରଦ୍ଦ କରିବା ପାଇଁ ତାମିଲନାଡୁ ବିଧାନସଭାରେ ଏକ ବିଲ ଆଗତ ହୋଇଥିଲା ସେହିଦିନ ଏହି ଘଟଣା ଘଟିଛି । ମୃତ ଛାତ୍ରୀ ହେଉଛନ୍ତି କାନିମୋଜି । କାନିମୋଜି ଏହି ପରୀକ୍ଷାରେ କ୍ଲିଅର ନ କରିପାରିବା ଭୟରେ ଏଭଳି ପଦକ୍ଷେପ ନେଇଛନ୍ତି । ପୁଲିସ ସୂଚନା ମୁତାବକ ସେ ନିଟ୍ ୟୁଜି-୨୦୨୧ ପରୀକ୍ଷା ଦେଇଥିଲେ କିନ୍ତୁ ପ୍ରଦର୍ଶନ ଭଲ କରିନଥିବାରୁ ଚିନ୍ତିତ ଥିଲେ । କାନିମୋଜ ପରିବାରଙ୍କ କହିବା ଅନୁଯାୟୀ ସେ ପରୀକ୍ଷା ଦେଇ ଆସିବା ପରେ କାନିମୋଜି ତାଙ୍କ ରୁମକୁ ଯାଇ ଶୋଇପଡିଥିଲେ ଏବଂ ସୋମବାର ସକାଳେ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ମିଳିଥିଲା । କାନିମୋଜି ଭୟ କରୁଥିଲେ ଯେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଟପ୍ପର ହେବା ପରେ ମଧ୍ୟ ଡାକ୍ତର ହୋଇପାରିବେ ନାହିଁ । ଦେବେ ବିକ୍ରମଙ୍ଗଲ ପୁଲିସ ମୃତ୍ୟୁର ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।