You are currently viewing କାବୁଲରେ ଆତ୍ମଘାତୀ ବିସ୍ପୋରଣ ୨୦ ମୃତ

କାବୁଲରେ ଆତ୍ମଘାତୀ ବିସ୍ପୋରଣ ୨୦ ମୃତ

ଆଫଗାନୀସ୍ତାନ(୫.୯.୨୨) : କାବୁଲରେ ବିସ୍ଫୋରଣ ।ହାଫଳରେ ଏହି ଘଟଣାରେ ୨୦ ଲୋକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ମଧ୍ୟରେ ଦୁଇଜଣ ରାଜନୈତିକ ବ୍ୟକ୍ତି ଅଛନ୍ତି । ବୋମା ବିସ୍ପୋରଣ ପରେ ଚାରିଆଡେ ଆତଙ୍କ ସୃଷ୍ଟି ହୋଇଥିଲା । ବିସ୍ପୋରଣ ଦେଖି ଲୋକମାନେ ଦୌଡିବାକୁ ଚେଷ୍ଠା କରିଥିଲେ । ତେବେ ସୁରକ୍ଷଶ ଅଧିକାରୀ ଏହାକୁ ନେଇ କୌଣସି ବୟାନ ଦେଇନାହାନ୍ତି । ସୂଚନା ଅନୁସାରେ ଆକ୍ରମଣକାରୀ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ରୁଷ ଦୂତାବାସ ଗାର୍ଡ ଗୁଳି ମାରିଦେଇଥିଲେ । କିନ୍ତୁ ସେତେବେଳେ ସେ ନିଜକୁ ଉଡାଇ ଦେଇଥିଲେ । ମୃତ୍ୟୁବରଣ କରିଥିଲେ ୨୦ ଲୋକ । ଏହା ପୂର୍ବରୁ ଶନିବାର ଦିନ ଆଫଗାନୀସ୍ତାନର ଦକ୍ଷିଣ ହେଲମନ୍ଦ ଅଲ୍ଲୀ ଜିଲ୍ଲାରେ ବିସ୍ପୋଟକ ଉପକରଣ ଫାଟିବା ୋଯଗୁଁ ତିନି ଜଣ ପିଲା ମୃତ୍ୟୁବରଣ କରିଥିଲେ । ଏଥିରେ ଅନ୍ୟ ୩ ଜଣ ଆହତ ହୋଇଥିଲେ । ସମସ୍ତ ପିଲା ଏକ ଧାର୍ମିକ ସ୍କୁଲର ଛାତ୍ର ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।