You are currently viewing ସୁନ୍ଦର ପିଚାଇ ପଦ୍ମ ଭୂଷଣରେ ସମ୍ମାନୀତ

ସୁନ୍ଦର ପିଚାଇ ପଦ୍ମ ଭୂଷଣରେ ସମ୍ମାନୀତ

ନୂଆଦିଲ୍ଲୀ (୩.୧୨.୨୨) : ପଦ୍ମ ଭୂଷଣରେ ସମ୍ମାନୀତ ହେଲେ ଗୁଗଲ ଓ ଅଲଫାବେଟ ସିଇଓ ସୁନ୍ଦର ପିଚାଇ । ବାଣିଜ୍ୟ ଓ ଶିଳ୍ପ ବର୍ଗରେ ସୁନ୍ଦର ପିଚାଇଙ୍କୁ ୨୦୨୨ ବର୍ଷ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ମଦୁରାଇ ଜନ୍ମିତ ପିଚାଇ ପରିବାରର ଘନିଷ୍ଠ ସଦସ୍ୟଙ୍କ ଗହଣରେ ଶୁକ୍ରବାର ଦିନ ସାନ ଫ୍ରାନ୍ସିସ୍କୋରେ ଏହି ସମ୍ନାନ ଗ୍ରହଣ କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ଭାରତର ରାଷ୍ଟ୍ରଦୁତ ତରନଜିତ ସିଂହ ସାନ୍ଧୁଙ୍କଠାରୁ ପଦ୍ମଭୂଷଣ ଗ୍ରହଣ କରିବା ବେଳେ ୫୦ ବର୍ଷିୟ ପିଚାଇ କହିଛନ୍ତି, ଭାରତ ମୋର ଏକ ଅଂଶବିଶେଷ। ମୁଁ ଯୁଆଡେ ଯାଏଁ ଭାରତକୁ ସାଥିରେ ନେଇଯାଏ। ଏଭଳି ମହାନ୍ ସମ୍ମାନ ଲାଗି ଭାରତ ସରକାର ଓ ଭାରତବାସୀଙ୍କ ପ୍ରତି ମୁଁ କୃତଜ୍ଞ। ମତେ ଗଢ଼ିଥିବା ଦେଶ ଏଭଳି ଭାବେ ମତେ ସମ୍ମାନ ଦେବା ତାତ୍ପର୍ଯ୍ୟପୂର୍ଣ୍ଣ। ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ପ୍ରଶଂସା କରି କହିଛନ୍ତି, ମୋଦିଙ୍କୁ ‘ଡିଜିଟାଲ୍ ଇଣ୍ଡିଆ ଭିଜନ୍‌’ ନିଶ୍ଚିତରୂପେ ପ୍ରଗତିକୁ ତ୍ୱରାନ୍ୱିତ କରିବ। ଦୁଇ ଦଶନ୍ଧି ହେବ ସରକାର, ବାଣିଜ୍ୟ ଏବଂ ବିଭିନ୍ନ ସଙ୍ଗଠନ ସହ ମିଶି ‘ଗୁଗଲ୍‌’ ଭାରତରେ ନିବେଶ କରି ଚାଲିଥିବାରୁ ମୁଁ ବେଶ୍ ଖୁସି।

ଅନ୍ୟମାନଙ୍କୁ ଜଣାନ୍ତୁ।