You are currently viewing କଂଗ୍ରେସରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

କଂଗ୍ରେସରୁ ଇସ୍ତଫା ଦେଲେ ସୁସ୍ମିତା ଦେବ


ନୂଆଦିଲ୍ଲୀ,୧୬/୦୮: ଆସାମର କଂଗ୍ରେସକୁ ବଡ ଝଟକା । କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ଓ ମହିଳା ମୋର୍ଚ୍ଚା ସୁସ୍ମିତା ଦେବ । ପ୍ରଥମେ ସେ ଦଳର ହ୍ୱାଟସ୍ ଆପ୍ ଗ୍ରୁପ୍ ଛାଡିଥିଲେ । ଏହାପରେ ସେ ବର୍ତ୍ତମାନ ନିଜକୁ ଟ୍ୱିଟରରେ ଜଣେ ପୂର୍ବତନ କଂଗ୍ରେସ ନେତା ବୋଲି ବର୍ଣ୍ଣନା କରିଛନ୍ତି । ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ସେ କେବଳ ଏତିକି ଉଲ୍ଲେଖ କରିଛନ୍ତି ଯେ ଜନ ସେବାର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ସହିତ ଦଳ ଓ ଏହାର ନେତାମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଆସାମ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ତାଙ୍କ ଅସନ୍ତୋଷର ଖବର କ୍ରମାଗତ ଭାବେ ସାମ୍ନାକୁ ଆସୁଥିଲା । ମାର୍ଚ୍ଚ ମାସରେ ଆସାମ ପ୍ରଦେଶ କଂଗ୍ରେସ କମିଟି ସୁସ୍ମିତା ଦେବଙ୍କ ଇସ୍ତଫା ନେଇଥିବା ଅନୁମାନକୁ ଖାରଜ କରିଦେଇଥିଲେ । ଆସନ ବାଣ୍ଟିବା ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସୁସ୍ମିତା ଆଜି ତୃଣମୂଳ କଂଗ୍ରେସ ମୁକ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି । ସେଥିପାଇଁ ସେ ତୃଣମୂଳ କଂଗ୍ରେସରେ ମିଶିବେ ବୋଲି ଆକଳନ କରାଯାଉଛି । ସୁସ୍ମିତା ଦେବ ପ୍ରଭାବଶାଳୀ ନେତା ସ୍ୱର୍ଗତ ସନ୍ତୋଷ ମୋହନ ଦେବଙ୍କ ଝିଅ । ୨୦୧୪ରେ ପ୍ରଥମ ଥର ପାଇଁ ସେ ସିଲଚରର ପାରିବାରିକ ଆସନରୁ ସଂସଦରେ ପହଞ୍ଚିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।