You are currently viewing ମୁହାଁମୁହିଁ ପରିସ୍ଥିତିରେ ତାଇୱାନ୍ ଓ ଚୀନ୍

ମୁହାଁମୁହିଁ ପରିସ୍ଥିତିରେ ତାଇୱାନ୍ ଓ ଚୀନ୍

ୱାଶିଂଟନ୍‌(୩.୯.୨୨) : ଦୁଇ ଦେଶ ମଧ୍ୟରେ ଲାଗି ରହିଛି ଅଶାନ୍ତ ପରିସ୍ଥିତି । ତାଇୱାନ୍ ଉପରେ ନିଜ ଆଧିପତ୍ୟ ବିସ୍ତାର କରିବା ପାଇଁ ଚୀନ୍ ଚେଷ୍ଟା କରୁଛି । ଏଥି ପାଇଁ ସେ ମ୍ରମ୍ବାର ତାଇୱାନ୍‌କୁ ଡରାଇବାକୁ ଚେଷ୍ଟା କରୁଛି । ବେଜିଂ ସହିତ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ତାଇୱାନ୍‌ର ସୁରକ୍ଷା ପାଇଁ ବଡ ସହାୟତା ଘୋଷଣା କରିଛି ଆମେରିକା । ଯୁକ୍ତରାଷ୍ଟ୍ର ଆମେରିକା ଶୁକ୍ରବାର ଦିନ୧.୧ ବିଲିୟନ ଡଲାର ମୁଲ୍ୟର ଅସ୍ତ୍ର ତାଇୱାନ୍‌କୁ ଯୋଗାଇବା ପାଇଁ ଘୋଷଣା କରିଛି । ଚୀନ୍‌ର ମୁକାବୁଲା କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରୀକା ଘୋଷଣା କରିଥିବା ଅସ୍ତ୍ରଶସ୍ତ୍ର ପ୍ୟାକେଜ୍ ରେ ରହିଛି ୬୦ଟି ଯୁଦ୍ଧପୋତ ବିରୋଧୀ ଅତ୍ୟାଧୁନିକ ହାର୍ପୁନ୍ କ୍ଷେପଣାସ୍ତ୍ର । ଚୀନ୍ ନାନ୍ସି ପେଲୋସିଙ୍କ ଗସ୍ତକୁ ବିରୋଧ କରି ଚୀନ୍ ଆମେରିକା ଏବଂ ତାଇୱାନ୍‌କୁ ଭୟଙ୍କର ପରିଣାମ ଧମକ ଦେଇଥିଲା । କେବଳ ଏତିକି ନୁହେଁ ଚୀନ ପରଦିନ ତାଇୱାନ୍ ସୀମାରେ ସମରାଭ୍ୟାସ ଆରମ୍ଭ କରିଥିଲା । ଏବେବି ଚୀନ୍ ତାଇୱାନ୍ ମଧ୍ୟରେ ତିକ୍ତତା ଲାଗି ରହିଛି । କୌଣସି ପରିସ୍ଥିତିରେ ଯୁଦ୍ଧ ହେବାର ସମ୍ଭାବନା ରହିଛି । ଏହି ସମୟରେ ଆମେରିକାର ସାହାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହୋଇପାରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।