You are currently viewing ଆସ୍ଥା ଭୋଟରେ ଜିତିଲା ଆପ୍‌

ଆସ୍ଥା ଭୋଟରେ ଜିତିଲା ଆପ୍‌

ନୂଆଦିଲ୍ଲୀ(୧.୯.୨୨) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ଆସ୍ଥା ଭୋଟରେ ଜିତିଛନ୍ତି । ବିଜେପି ବିରୋଧରେ ଘୋଡା ବେପାର ଅଭିଯୋଗ ଆଣିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ଜିତିଛନ୍ତି । ଦିଲ୍ଲୀ ବିଧାନସଭାରେ ଆଜି ଆସ୍ଥା ଭୋଟ ହୋଇଥିଲା । ୫୮ ଜଣ ବିଧାୟକ କେଜ୍ରିୱାଲଙ୍କ ଆପ୍ ସପକ୍ଷରେ ମତ ସାବ୍ୟସ୍ତ କରିଥିଲେ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ୬୨ ବିଧାୟକ ଅଛନ୍ତି । ବିରୋଧୀ ପିଜେପି ପାଖରେ ୮ ଜଣ ବିଧାୟକ ଅଛନ୍ତି । ଦିଲ୍ଲୀ ବିଧାନସଭାରେ ନିଜେ କେଜ୍ରିୱାଲ ଆସ୍ଥା ଭୋଟର ପ୍ରସ୍ଥାବ ଆଣିଥିଲେ । ବିଜେପି ଆପ୍ ବିଧାୟକଙ୍କୁ କିଣିବାର ଅଭିଯୋଗ କରିଥିଲେ । କିନ୍ତୁ ବିଜେପିର ସେହି ଯୋଜନା ବିଫଳ ହେବ ବୋଲି କେଜ୍ରିୱାଲ କହିଥିଲେ । କେଜ୍ରିୱାଲ ନିଜ ସରକାର ବିରୋଧରେ ଅନାସ୍ଥା ଭୋଟ ପ୍ରସ୍ତାବ ଆଣିଥିଲେ । ଯେଉଁଥିରେ ଆପ୍ ସରକାର ନିଜର ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ କରିଛି । ଏହା ଛଡା କେଜ୍ରିୱାଲ କହିଛନ୍ତି ବିଜେପି ଜଣେ ବିଧାୟକକୁ କିଣିବାରେ ବିଫଳ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।