You are currently viewing ପ୍ରଦୂଷଣରେ ରାଜଧାନୀ ଅବସ୍ଥା ଖରାପ

ପ୍ରଦୂଷଣରେ ରାଜଧାନୀ ଅବସ୍ଥା ଖରାପ

ନୂଆଦିଲ୍ଲୀ (୨୯.୧୦.୨୨) : ଦୀପାବଳି ପରେ ଦେଶର ରାଜଧାନୀ ଦିଲ୍ଲୀର ଅବସ୍ଥା ଖରାପ ହେବାରେ ଲାଗିଛି । ଗତ ଦୁଇ ଦିନ ହେବ ଏଠାରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ୍ ସ୍ତରରେ ଥିବା ଆଇଏମ୍‌ଡି ସୂଚନା ଦେଇଛି । ଆଜି ସକାଳୁ ଦିଲ୍ଲୀରେ ଧୂଆଁ ଚାଦର ଦେଖିବାକୁ ମିଳିଥିଲା । ବାୟୁର ଗୁଣବତ୍ତା ୩୯୦ ରେକର୍ଡ କରାଯାଇଛି । ଯାହା ବହୁତ ଖରାପ । ଏଥି ସହିତ ଦିଲ୍ଲୀର ଆନନ୍ଦ ବିହାର ସମେତ ୧୬ ଟି ସ୍ଥାନରେ ଏଆଇକ୍ୟୁ ଗୁରୁତର ବର୍ଗରେ ପହଞ୍ଚିଛି ।

କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁତାବାକ ଆଜି ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ଉପରେ ରେକର୍ଡ କରାଯାଇଛି। ସବୁଠି ପ୍ରଦୂଷିତ ଅଞ୍ଚଳ ଭାବେ ଦିଲ୍ଲୀର ଆନନ୍ଦବିହାର ରହିଛି। ଏହା ପଛକୁ ୱାଜିରପୁର, ପଟପଡଗଞ୍ଜ, ବିବେକ ବିହାର, ପଞ୍ଜାବୀ ବାଗ, ଜାହାଙ୍ଗୀରପୁର ରହିଛି। ନଏଡା ସେକ୍ଟର-୬୨ରେ ଏଆଇକ୍ୟୁ ୪୦୨ ରେକର୍ଡ କରାଯାଇଛି। ସେହିପରି ଗାଜିଆବାଦର ବସୁନ୍ଧରାରେ ବାୟୁର ଗୁଣବତ୍ତା ୪୨୦ ପହଞ୍ଚି ଯାଇଛି। ଫରିଦାବାଦର ନ୍ୟୁ ଇଣ୍ଡଷ୍ଟ୍ରିଆଲ ଟାଉନ୍‌ରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୪୬ ରେକର୍ଡ ହୋଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।