You are currently viewing ନୂଆ ମୁଖିଆ ବାଛିବାକୁ ଆସନ୍ତା ୧୬ରେ ବୈଠକ କରିବ କଂଗ୍ରେସ

ନୂଆ ମୁଖିଆ ବାଛିବାକୁ ଆସନ୍ତା ୧୬ରେ ବୈଠକ କରିବ କଂଗ୍ରେସ

ନୂଆଦିଲ୍ଲୀ-୦୯.୧୦.୨୦୨୧, ଦେଶର ସର୍ବପୁରାତନ ରାଜନୀତିକ ଦଳରେ ଦଳ ମୁଖିଆ ନଥିବାର ଏହାର ଦଳ ମଧ୍ୟ କନ୍ଦଳ ଲାଗି ରହିଛି । କଂଗ୍ରେସର ନୂଆ ହାଇକମାଣ୍ଡ ନିଯୁକ୍ତି ପାଇଁ ଆସନ୍ତା ଅକ୍ଟୋବର ୧୬ ତାରିଖରେ କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍‌ଲ୍ୟୁସି)ର ଏକ ବୈଠକ ବସିବ । ଅନେକ ବରିଷ୍ଠ ନେତା ସ୍ଥାୟୀ ଅଧ୍ୟକ୍ଷଙ୍କ ନିଯୁକ୍ତି ପାଇଁ ମଧ୍ୟ ଦାବି କରୁଛନ୍ତି।
ସୂଚନାଅନୁସାରେ, ରାଜଧାନୀ ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଅକ୍ଟୋବର ୧୬, ଶନିବାର ଦିନ ୧୦ଟା ସମୟରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍‌ଲ୍ୟୁସି)ର ଏହି ବୈଠକ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ବରିଷ୍ଠ ନେତା କେସି ଭେନୁଗୋପାଲ ଆଜି ସୂଚନା ଦେଇଛନ୍ତି।
ଏହି ବୈଠକରେ ନୂତନ ଦଳୀୟ ମୁଖ୍ୟ, ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଏବଂ ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନ ଉପରେ ଆଲୋଚନା କରାଯିବ ବୋଲି ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।