You are currently viewing କ୍ୟାଣ୍ଟିନରେ ପ୍ରଚଣ୍ଡ ଶବ୍ଧରେ ଫାଟିଲା ସିଲିଣ୍ଡର

କ୍ୟାଣ୍ଟିନରେ ପ୍ରଚଣ୍ଡ ଶବ୍ଧରେ ଫାଟିଲା ସିଲିଣ୍ଡର

ହିମାଞ୍ଚଳପ୍ରଦେଶ(୨୭.୪.୨୩) :  ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ଥିବା ଆଇଜିଏମ୍‌ସି(IGMC) ହସ୍ପିଟାଲରେ ବଡ଼ ଧରଣର ସିଲିଣ୍ଡର ବିସ୍ଫୋରଣ ହୋଇଛି। ହସ୍ପିଟାଲର ଉପର ମହଲରେ ଥିବା କ୍ୟାଣ୍ଟିନ୍‌ରେ ଏହି ବିସ୍ଫୋରଣ ଘଟିଛି। ଗ୍ୟାସ୍‌ ସିଲିଣ୍ଡର ଫାଟିଯିବାରୁ ପ୍ରଚଣ୍ଡ ଶବ୍ଦ କରି ନିଆଁ ଉପରକୁ ଉଠିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ହସ୍ପିଟାଲରେ ନିଆଁ ଲାଗିବା ପରେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ହସ୍ପିଟାଲରେ ଭର୍ତ୍ତି ଥିବା ରୋଗୀଙ୍କ ପରିଜନମାନେ ରୋଗୀ ଧରି ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେପଟେ ହସ୍ପିଟାଲର କର୍ମଚାରୀମାନେ ମଧ୍ୟ ନିଆଁ ଲିଭାରେ ନିୟୋଜିତ ହୋଇଥିଲେ।ତେବେ ଯେଉଁ କ୍ୟାଣ୍ଟିନ୍‌ରେ ସିଲିଣ୍ଡର ବିସ୍ଫୋରଣ ହୋଇଛି, ତାହା ବିଲ୍ଡିଂର ୧୧ତମ ମହଲାରେ ରହିଛି। ସେଠାରୁ ରୋଗୀ ଏବଂ ସେମାନଙ୍କ ପରିଜନମାନେ ଖାଦ୍ୟ ଖାଆନ୍ତି। ଦୁର୍ଘଟଣା ସମୟରେ କ୍ୟାଣ୍ଟିନରେ ଅଧିକ ଲୋକ ଉପସ୍ଥିତ ନ ଥିଲେ। କିନ୍ତୁ ନିଆଁର ତେଜ ଯୋଗୁ ଚତୁର୍ଦ୍ଦିଗ ଧୂଆଁମୟ ହୋଇଯାଇଥିଲା। କୁହାଯାଉଛି ଯେ ପୁରୁଣା ଭବନରୁ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତା ଭାଙ୍ଗିଯାଇ ଥିବାରୁ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିବାରେ ବହୁ ଅସୁବିଧା ହୋଇଥିଲା।କହି ରଖୁଛୁ, ୨୦୧୯ ଜୁଲାଇରେ ମଧ୍ୟ ଏହି ମେଡିକାଲ କଲେଜ ଓ ହସ୍ପିଟାଲର ପ୍ୟାଥୋଲୋଜି ଲ୍ୟାବ୍‌ରେ ନିଆଁ ଲାଗିବା ମାମଲା ସାମ୍ନାକୁ ଆସିଥିଲା। ଯଦିଓ ୪ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ୧ ଘଣ୍ଟା ମଧ୍ୟରେ ନିଆଁକୁ କାବୁ କରିନେଇଥିଲେ। ଘଟଣା ସମୟରେ ଲ୍ୟାବ୍‌ରେ ୮ ଲୋକ ଉପସ୍ଥିତ ଥିଲେ, କିନ୍ତୁ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇ ନ ଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।