You are currently viewing ଟେକ୍ସଟାଇଲ ଉପରେ ପ୍ରସ୍ତାବିତ ଜିଏସଟି ହାର ବୃଦ୍ଧି ନିଷ୍ପତ୍ତି ସ୍ଥଗିତ

ଟେକ୍ସଟାଇଲ ଉପରେ ପ୍ରସ୍ତାବିତ ଜିଏସଟି ହାର ବୃଦ୍ଧି ନିଷ୍ପତ୍ତି ସ୍ଥଗିତ

ନୂଆଦିଲ୍ଲୀ-୩୧.୧୨.୨୦୨୧, ଟେକ୍ସଟାଇଲ ବା ବସ୍ତ୍ର ଉପରେ ପ୍ରସ୍ତାବିତ ଜିଏସଟି  ବୃଦ୍ଧି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । କପଡା ଉପରେ ଜିଏସଟି ହାର ୫ ପ୍ରତିଶତରୁ ୧୨ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି ପରିଷଦର ୪୬ତମ ବୈଠକରେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ଏନେଇ ୪୭ ତମ ବୈଠକରେ  ନିଷ୍ପତ୍ତି ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା ୧ ତାରିଖରୁ ଟେକ୍ସଟାଇଲ ସାମଗ୍ରୀ ଉପରେ ବର୍ଦ୍ଧିତ ଜିଏସଟି ଲାଗୁ ପାଇଁ ପ୍ରସ୍ତାବ ଥିଲା । କିନ୍ତୁ ରାଜ୍ୟମାନଙ୍କର ବିରୋଧ ଯୋଗୁଁ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ପୂର୍ବ ପ୍ରସ୍ତାବ ଅନୁସାରେ ୧ ହଜାର ଟଙ୍କାରୁ ଅଧିକ ମୂଲ୍ୟର ପୋଷାକ ଉପରେ ଜିଏସଟି ହାର ୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି କରାଯାଇଥାନ୍ତା । ଏହି ପ୍ରସ୍ତାବ ଲାଗୁ କରାଗଲେ ଦେଶର ପୋଷାକ ଓ ଜୋର ମୂଲ୍ୟ ବୃଦ୍ଧି ପାଇବ ।

ଅନ୍ୟମାନଙ୍କୁ ଜଣାନ୍ତୁ।