You are currently viewing ପ୍ରବଳ ବର୍ଷାରେ ଧସିଲା ପାହାଡ

ପ୍ରବଳ ବର୍ଷାରେ ଧସିଲା ପାହାଡ

ଉତ୍ତରାଖଣ୍ଡ(୩.୯.୨୨) : ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପାହାଡ ଧସିବାରେ ଲାଗିଛି । ଯାହା ଫଳରେ ଅନେକ ସ୍ଥାନରେ ରାସ୍ତାରେ ଗାଡି ଚଳା ଚଳ ବନ୍ଦ ହେବାର ଖବର ଆସିଛି ସମ୍ନାକୁ ଆସିଛି । ତେବେ ଏହା ଦ୍ୱାର ଆଜି ଋିଷିକେଶ ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ କରାଯାଇଛି । ବଦ୍ରିନାଥ ଜାତୀୟ ରାଜପଥ ମଧ୍ୟ ଅବରୋଧ କରାଯାଇଛି । ବିଳମ୍ବିତ ରତିରୁ ଏଠାରେ ବର୍ଷା ଆରମ୍ଭ ହୋଇଥିଲା । ଅନେକ ସ୍ଥାନରେ ବଜ୍ରପାତ ହେବାର ମଧ୍ୟ ଘଟଣା ସାମ୍ନାକୁ ଆସିଛି । ଏଥିପାଇଁ ସେଠାକାର ଲୋକମାନେ ମଧ୍ୟ ଭୟଭିତ ହୋଇଥିଲେ । ପାଣିପାଗ ବିଭାଗ ଅନୁସାରେ ଏଠାରେ ପାଞ୍ଚଘଣ୍ଟାରେ ପ୍ରାୟ ୧୮୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପାହାଡ ଧସି ଋଷିକେଶର ଟୋଟା ଘାଟି ଉପରେ ପାହାଡ ଅଜାଡି ହୋଇପଡିଥିଲା । ବର୍ତ୍ତମାନ ଏଠାରେ ସଫେଇ କାର୍ଯ୍ୟ ଚାଲିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।