You are currently viewing ହୋଟେଲ ମାଲିକଙ୍କୁ ଗୁଳି କରି ହତ୍ୟା କଲା ଡେଲିଭରି ବୟ

ହୋଟେଲ ମାଲିକଙ୍କୁ ଗୁଳି କରି ହତ୍ୟା କଲା ଡେଲିଭରି ବୟ

ନୂଆଦିଲ୍ଲୀ,୦୧/୦୯: ଖାଦ୍ୟ ଦେବାରେ ବିଳମ୍ବ ହେବାରୁ ହୋଟେଲ ମାଲିକଙ୍କୁ ଗୁଳି କରି ହତ୍ୟା କରିଛି ଡେଲିଭରି ବୟ ।ଦିଲ୍ଲୀର ଗ୍ରେଟର ନୋଏଡ଼ାରେ ଘଟିଛି ଏଭଳି ଛାତିଥରା ଘଟଣା। ଖାଦ୍ୟ ପ୍ରସ୍ତୁତି ହେବାରେ ବିଳମ୍ବ ହେବାରୁ ରାଗରେ ହୋଟେଲ ମାଲିକକୁ ହିଁ ଗୁଳି କରିଛି ଅନ୍ଲାଇନ୍ ପ୍ଲାଟଫର୍ମ ସ୍ୱିଗିର ଜଣେ ଡେଲିଭରି ବୟ। ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ସାହାଯ୍ୟରେ ବର୍ତ୍ତମାନ ପୁଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି।
ସୂଚନାନୁସାରେ, ମିତ୍ରା ନାମକ ଜଣେ ବ୍ୟକ୍ତି ଏଠାରେ ଏକ ରୋସ୍ତୋରାଁ ଚଳାଉଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସ୍ୱିଗି ଏଜେଣ୍ଟ ରେସ୍ତୋରାଁକୁ ଚିକେନ୍ ବିରିଆନୀ ଓ ପୁରି-ତରକାରୀର ଅର୍ଡର ନେଇ ପହଞ୍ଚିଥିଲା। ତେବେ ରେଷ୍ଟୁରାଣ୍ଟରେ କାମ କରୁଥିବା ସେବକ ନାରାୟଣ ତରକାରୀ ପ୍ରସ୍ତୁତ କରିବାକୁ କିଛି ସମୟ ଲାଗିବ ବୋଲି କହିଥିଲେ । ଏହି କଥା ପାଇଁ ଡେଲିଭରି ବୟ କର୍ମଚାରୀଙ୍କ ପାଟିତୁଣ୍ଡ ହୋଇଥିଲା । ଉଭୟଙ୍କୁ ଶାନ୍ତ କରିବା ପାଇଁ ରେଷ୍ଟୁରାଣ୍ଟ ମାଲିକ ସୁନୀଲ ଘଟଣାସ୍ଥଳକୁ ଆସିଥିଲେ। ଆଉ ଡେଲିଭରି ବୟ ଜଣକ ହଠାତ ହୋଟେଲ ମାଲିକଙ୍କୁ ଗୁଳି ଚଳାଇଥିଲେ । ହୋଟେଲ କର୍ମଚାରୀ ମାଲିକଙ୍କୁ ହସ୍ପିଟାଲ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଛନ୍ତି। ପୋଲିସ ଏବେ ଅଭିଯୁକ୍ତକୁ ଧରିବାକୁ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ସହରର ବିଭିନ୍ନ ରାସ୍ତାରେ ନାକାବନ୍ଦୀ କରିଥିବା କହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।