You are currently viewing ପ୍ରକାଶ ପାଇଲା ଦେଶର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକା, ଶୀର୍ଷରେ ବେଙ୍ଗାଲୁରୁ

ପ୍ରକାଶ ପାଇଲା ଦେଶର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକା, ଶୀର୍ଷରେ ବେଙ୍ଗାଲୁରୁ

ନୂଆଦିଲ୍ଲୀ-୦୯.୦୯.୨୦୨୧, ଭାରତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ୨୦୨୧ ପ୍ରକାଶ ପାଇଛି । ସମଗ୍ର ଭାରତରେ ଶିକ୍ଷା ପ୍ରତିଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ଶିକ୍ଷାଦାନ, ଶିକ୍ଷା ଏବଂ ଉତ୍ସ, ଅନୁସନ୍ଧାନ ଏବଂ ବୃତ୍ତିଗତ ଅଭ୍ୟାସ, ସ୍ନାତକୋତ୍ତର ଫଳାଫଳ ପ୍ରସାରଣ ଏବଂ ଅନ୍ତର୍ଭୂକ୍ତିକରଣ ଏବଂ ଧାରଣା ସହିତ ବିଭିନ୍ନ ପାରାମିଟରରେ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ ବେଙ୍ଗାଲୁରୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ପ୍ରଥମ ସ୍ଥାନରେ ରହିଛି । ସେହିପରି ଦ୍ୱିତୀୟରେ ରହିଛି ନୂଆଦିଲ୍ଲୀର ଜବାହାରଲାଲ୍ ନେହରୁ ୟୁନିଭର୍ସିଟି । ତୃତୀୟରେ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ,ଚତୁର୍ଥରେ- କଲକଟା ବିଶ୍ୱବିଦ୍ୟାଳୟ,ଅମିର୍ଥ ବିଶ୍ୱ ବିଦ୍ୟା ପୀଠ(କୋଏମ୍ବାଟାରୁ) ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ(ନୁଆଦିଲ୍ଲୀ), ମଣିପୁର ଏକାଡେମି ଅଫ ହାଇଅର ଏଜୁକେସନ,ଜାଦବପୁର ବିଶ୍ୱବିଦ୍ୟାଳୟ,ୟୁନିଭର୍ସିଟି ଅଫ ହାଇଦରାବାଦ,ଆଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୧୦ ତାଲିକାରେ ରହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।