You are currently viewing ତୁର୍କୀ ଓ ସିରିଆ  ଭୂକମ୍ପରେ ମୃତ୍ୟୁ ସଂଖ୍ୟ ୨୦୦୦୦ ଛୁଇଁଲା

ତୁର୍କୀ ଓ ସିରିଆ ଭୂକମ୍ପରେ ମୃତ୍ୟୁ ସଂଖ୍ୟ ୨୦୦୦୦ ଛୁଇଁଲା

ନୂଆଦିଲ୍ଲୀ(୧୦.୨.୨୩) : ୨୦ ହଜାର ଟପିଲା ଭୂକମ୍ପ ମୃତ୍ୟୁ । ଭୂମିକମ୍ପ ବଦଳାଇ ଦେଇଛି ତୁର୍କୀର ଭୌଗଳିକ ମାନ ଚିତ୍ର । ମୃତ୍ୟୁ ସଂଖ୍ୟା ବଢୁଛି ।   ତୁର୍କୀ ଓ ସିରିଆରେ ବର୍ତ୍ତମାନ ସୁଦ୍ଧା ୨୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି । ତୁର୍କୀରେ ମୃତ୍ୟୁସଂଖ୍ୟା ୧୭ହଜାର ୪୦୬କୁ ବୃଦ୍ଧି ପାଇଛି । ସିରିଆରେ ମୃତ୍ୟୁସଂଖ୍ୟା ୩ ହଜାର ୩୧୭ । ଆଗକୁ ଆହୁରି ଅଧିକ ବଢ଼ିବ ମୃତ୍ୟୁସଂଖ୍ୟା । ୩ ଦିନ ପରେ ବି ଧ୍ୱଂସସ୍ତୁପ ତଳୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଟିମ୍‌ । ଶହ ଶହ ମୃତଦେହ ଉଦ୍ଧାର ହେଉଥିବା ବେଳେ ଅନେକଙ୍କୁ ସୁରକ୍ଷିତ ଭାବରେ ବି ଉଦ୍ଧାର କରାଯାଉଛି । ପ୍ରବଳ ଥଣ୍ଡା ରେସ୍କ୍ୟୁ ଅପରେସନରେ ବାଧକ ସାଜିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।