You are currently viewing ସବୁଦିନ ପାଇଁ ବନ୍ଦ ଟ୍ରମ୍ପଙ୍କ ଟୁଇଟର !

ସବୁଦିନ ପାଇଁ ବନ୍ଦ ଟ୍ରମ୍ପଙ୍କ ଟୁଇଟର !

ୱାଶିଂଟନ୍, ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ସବୁଦିନ ଲାଗି ସସପେଣ୍ଡେ କରିଦେଇଛି ଟ୍ୱିଟର । ଆମେରିକା ସଂସଦ ପରିସରରେ ଦେଖାଦେଇଥିବା ହିଂସା ପାଇଁ ଟ୍ୱିଟର ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି ।ଏହାପୂର୍ବରୁ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ୧୨ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା ଓ ଏକ ଭିଡିଓ ସମେତ ତାଙ୍କର ତିନୋଟି ଟ୍ୱିଟକୁ ମଧ୍ୟ ଡିଲିଟ କରିଦେଇଥିଲା ଟୁଇଟର । ବର୍ତ୍ତମାନ କମ୍ପାନୀ ତାଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ସସ୍ପେଣ୍ଡ କରିଦେଇଛି । ଏହି ପଦକ୍ଷେପକୁ ‘ଟିମ୍ ଟ୍ରମ୍ପ’ର ଟ୍ୱିଟର ହ୍ୟାଣ୍ଡେଲ ସମାଲୋଚନା ପରେ ଟ୍ୱିଟର ମଧ୍ୟ ସେହି ଆକାଉଣ୍ଟକୁ ସସପେଣ୍ଡେ କରିଦେଇଛି ।

https://twitter.com/TwitterSafety/status/1347684877634838528?s=20
ଅନ୍ୟମାନଙ୍କୁ ଜଣାନ୍ତୁ।