You are currently viewing ୨ ରୁ ୧୮ ବର୍ଷଙ୍କୁ ଦିଆଯିବ କରୋନା ଟିକା

୨ ରୁ ୧୮ ବର୍ଷଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ-୧୨.୦୫.୨୦୨୧, ଦେଶରେ କରୋନା ସଂକ୍ରମଣ ଦ୍ବିତୀୟ ଲହର ଆତଙ୍କ ସୃଷ୍ଟି କରିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ଆଗାମୀ ଦିନରେ କରୋନାର ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଆଉ ଏହି ସମୟରେ ଛୋଟ ଛୁଆ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଛୋଟ ଛୁଆଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଦେଶରେ ବର୍ତମାନ ତୃତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଛି । ୧୮ ରୁ ୪୪ବର୍ଷ ବୟସ୍କଙ୍କୁ ଦିଆଯାଉଛି କରୋନା ଟିକା । ୨ ରୁ ୧୮ ବର୍ଷ ମଧ୍ୟରେ ଥିବା ଶିଶୁ ଓ ନାବାଳକଙ୍କୁ କରୋନା ଟିକା ଦେବା ପାଇଁ ଯୋଜନା ପ୍ରସ୍ତୁତି ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ପ୍ରସ୍ତୁତି ଆରମ୍ଭ କରିସାରିଛି । ଏନେଇ କୋଭାକ୍ସିନ ପ୍ରଥମ ଟ୍ରାଏଲ ଶେଷ ହୋଇଛି ।
ଏହା ପରେ ଦେଶର ୫୨୫ଟି ଅଲଗା ଅଲଗା ସ୍ଥାନରେ ଟ୍ରାଏଲ କରାଯିବ । ଦିଲ୍ଲୀ ଏବଂ ପାଟନା ଏମ୍ସ ସହ ନାଗପୁରର ମେଡିଟ୍ରିନା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଏହି ଟିକାର କ୍ଲିନିକାଲ ଟ୍ରାଏଲ କରାଯିବ

ଅନ୍ୟମାନଙ୍କୁ ଜଣାନ୍ତୁ।