taj

ବଢ଼ିଲା ଯମୁନା ନଦୀର ଜଳସ୍ତର, ତାଜ୍ ଭ୍ୟୁ ପଏଣ୍ଟରେ ପହଞ୍ଚିଲା ପାଣି

ଏଏନଏସ୍: ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଏହାସହ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ହେଉଛି । ଏହି କ୍ରମରେ ଦେଶର ରାଜଧାନୀ ଦିଲ୍ଲୀ ଦେଇ ପ୍ରବାହିତ ହେଉଥିବା ଯମୁନା ନଦୀର ରୂଦ୍ରରୂପ ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶର ଅନେକ ସହରରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ତାଜମହଲ ପରିସରରେ ୨୫ଫୁଟ ଉଚ୍ଚର ପାଣି ପ୍ରବାହିତ ହେବାରେ ଲାଗିଛି ।

ଖବର ଅନୁଯାୟୀ ଆଜି ସକାଳେ ଯମୁନା ନଦୀର ଜଳସ୍ତର ୪୯୭.୩୦ଫୁଟ ପହଂଚିଛି । ଯାହାଫଳରେ ବନ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଅନ୍ୟପଟେ ପାଣିର ପରିମାଣ ଏତେ ବଢିଯାଇଛି ଯେ ତାଜମହଲ ପଛପାଖେ ନିର୍ମାଣ ହୋଇଥିବା ତାଜ ଭ୍ୟୁ ପଏଣ୍ଟ ପର୍ୟ୍ୟନ୍ତ ଯମୁନା ନଦୀର ଜଳ ପହଂଚିସାରିଛି । ତାଜ୍ ଭ୍ୟୁ ପଏଣ୍ଟ ପର୍ୟ୍ୟନ୍ତ ପାଣି ପହଂଚିବା ପରେ ସାଧାରଣ ଲୋକ ଓ ପର୍ୟ୍ୟଟକଙ୍କ ପାଇଁ ସୂଚନା ଜାରି କରାଯାଇଛି । ଏସବୁ ଭିତରେ ତାଜମହଲ ସୁରକ୍ଷାରେ ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀମାନେ ନିଜ ନିଜର ଜିନିଷପତ୍ର ନେଇ ଅସ୍ଥାୟୀ ଟେଣ୍ଟକୁ ଚାଲିଯାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।