You are currently viewing ଗରମ ଦିନେ ଖାଆନ୍ତୁ ଲିଚୁ, ଦୂର ହେବ ଏହିସବୁ ସମସ୍ୟା

ଗରମ ଦିନେ ଖାଆନ୍ତୁ ଲିଚୁ, ଦୂର ହେବ ଏହିସବୁ ସମସ୍ୟା

ବ୍ୟୁରୋ ରିପୋର୍ଟ : ଗରମ ଦିନେ ଅନେକ ପ୍ରକାର ତାଜା ଫଳ ବଜାରରେ ମିଳିଥାଏ । ଏସବୁ ଫଳ ମଧ୍ୟରେ ଲିଚୁ କୋଳି ବଜାରରେ ଅଧିକ ମାତ୍ରାରେ ବିକ୍ରି ହୋଇଥାଏ । ପ୍ରାୟତଃ ଲୋକମାନେ ମଧ୍ୟ ଲିଚୁ କୋଳି ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହି ଫଳ ଖାଇବା ଦ୍ୱାରା କ’ଣ ଲାଭ ମିଳିଥାଏ ଆପଣ ଜାଣିଛନ୍ତି ?

ବାସ୍ତବରେ ଲିଚୁରେ ପ୍ରଚୁର ମାତ୍ରାରେ ଭିଟାମିନ ସି, ଜିଙ୍କ ରହିଥାଏ, ଯାହା ଇମୁ୍ୟନିଟ୍ ବୁଷ୍ଟ କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ଫଳକୁ ଖାଇବା ଦ୍ୱାରା କ’ଣ ଲାଭ ମିଳିଥାଏ ?
ଲିଚୁକୋଳିରେ ପ୍ରଚୁର ପରିମାଣରେ ଆଣ୍ଟି ଅକସିଡାଣ୍ଟ ରହିଥାଏ । ଏହା ଶରୀରରୁ ହାନୀକାରକ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏହାସହ ଆମ ହୃଦପିଣ୍ଡକୁ ସୁସ୍ଥ ରଖିଥାଏ । ସେହିପରି ଥକାପଣ ଦୂର କରିବା ସହ ମଧୁମେହ କମ କରିଥାଏ।

ଆଜିକାଲି ଅଧିକାଂଶ ଲୋକଙ୍କ ପାଖରେ ଉଚ୍ଚ ରକ୍ତଚାପର ସମସ୍ୟା ଦେଖାଯାଉଛି । ଏନେଇ ଯଦି ଆପଣ ପ୍ରତ୍ୟେକ ଦିନ କିଛି ପରିମାଣରେ ଲିଚୁ ଖାଉଛନ୍ତି ତେବେ ଆପଣଙ୍କ ରକ୍ତଚାପରେ ସ୍ଥିରତା ଆସିବ । ଲିଚୁରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଥାଏ, ଯାହା ରକ୍ତଚାପକୁ ସ୍ଥିର ରଖିଥାଏ । ସେହିଭଳି ଲିଚୁ ହଜମ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଥାଏ । ଏଥିରେ ଅଧିକ ପରିମାଣର ଫାଇବର ରହିଥାଏ ଯାହା ହଜମ ପ୍ରକ୍ରିୟାରେ ସହାୟକ ହୋଇଥାଏ । ଏହାସହ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ । ଏସବୁ ବ୍ୟତୀତ ଚର୍ମକୁ ସୁସ୍ଥ ରଖିବାରେ ମଧ୍ୟ ଲିଚୁ ସାହାଯ୍ୟ କରିଥାଏ । ଲିଚୁରେ ପ୍ରଚୁର ପରିମାଣର ଭିଟାମିନ – ଇ ରହିଥାଏ । ଯାହା ତ୍ୱଚାକୁ ସୁସ୍ଥ ରଖିବା ସହ ଚମକାଇବାରେ ସାହାଯ୍ୟ କରିଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।