You are currently viewing ସେଓ ଖାଇସାରିବା ପରେ ପିଅନ୍ତୁ  ନାହିଁ ପାଣି

ସେଓ ଖାଇସାରିବା ପରେ ପିଅନ୍ତୁ ନାହିଁ ପାଣି

ସେଓରେ ଅନେକ ପୋଷକ ତତ୍ତ୍ୱ ଭରି ରହିଛି। ଯଥା- ପୋଟାସିୟମ୍‌, ଫସ୍‌ଫରସ୍‌, ମ୍ୟାଗ୍ନେସିୟମ୍‌, ଭିଟାମିନ୍‌ ସି, ଭିଟାମିନ୍‌ ବି ୬ ଆଦି। ଏଣୁ କୁହାଯାଏ, ଯଦି ଦିନକୁ ଗୋଟିଏ ଲେଖାଏଁ ସେଓ ଖାଇବ, ତେବେ ଆଉ ଡାକ୍ତରଙ୍କ ଆବଶ୍ୟକତା ପଡ଼ିବ ନାହିଁ। ତେବେ ଲୋକମାନେ ସେଓ ଖାଇବା ପରେ କିଛି ଏଭଳି ଜିନିଷ ଭୋଜନ କରିଥାନ୍ତି, ଯାହା ସେଓର ପୋଷକ ତତ୍ତ୍ୱକୁ କମାଇ ଦେଇଥାଏ। ସେଭଳି ଗୋଟିଏ ଜିନିଷ ହେଉଛି ପାଣି। ସେଓ ଖାଇବା ପରେ ତୁରନ୍ତ ପାଣି ପିଇଲେ ଏହାର ଫାଇଦା ମିଳିପାରିନଥାଏ। ତେବେ ଆସନ୍ତୁ ଜାଣିବା ସେଓ ଖାଇବା ପରେ କାହିଁକି ପାଣି ପିଇବା ଅନୁଚିତ୍‌… ସେଓ ଖାଇବା ପରେ କାହିଁକି ପାଣି ପିଇବା ଅନୁଚିତ୍‌? ସେଓ ଖାଇବା ପରେ ଯଦି ଜଣେ ବ୍ୟକ୍ତି ପାଣି ପିଉଥାଏ ତେବେ ତାଙ୍କ ପେଟରେ ପିଏଚ୍‌ ସ୍ତର ହ୍ରାସ ପାଇଥାଏ।

ପିଏଚ୍‌ ସ୍ତରର ଅର୍ଥ ହେଉଛି ଏସିଡିକ୍‌। ଏଭଳି ସ୍ଥିତିରେ ଯେତେବେଳେ ଜଣେ ବ୍ୟକ୍ତି ସେଓ ସେବନ କରିଥାଏ ଓ ତା’ ପରେ ପାଣି ପିଏ, ତେବେ ସେଥିରେ ଥିବା ପ୍ରାକୃତିକ ସୁଗାର ଓ ଇଷ୍ଟ୍‍ ଏସିଡ୍‌କୁ ପତଳା କରିଦିଏ। ଫଳରେ ପେଟରେ ସମସ୍ୟା ଉପୁଜିଥାଏ। ସେଓ ଖାଇବା ପରେ ପାଣି ପିଇବାର ଅନ୍ୟ କୁପରିଣାମ: ସେଓ ଖାଇ ସାରିବା ପରେ ଯଦି ପାଣି ପିଆଯାଏ ତେବେ ଏସିଡିଟି ସମସ୍ୟା ଉପୁଜିପାରେ। ଏଥିସହ ଛାତିରେ ପୋଡ଼ା ଜଳା ହୋଇପାରେ।
ସେଓ ଖାଇବାର ତୁରନ୍ତ ପରେ ପାଣି ପିଇବା ଦ୍ୱାରା ପାଚନ କ୍ରିୟା ପ୍ରଭାବିତ ହୋଇଥାଏ। ଫଳରେ ପେଟରେ ଯନ୍ତ୍ରଣା ହେବା ସହ ଅପଚ ଭଳି ସମସ୍ୟା ଉପୁଜେ।
ସେଓ ଖାଇସାରିବା ପରେ ପାଣି ପିଇଲେ ବାନ୍ତି, ଝାଡ଼ା, କବ୍ଜ ଭଳି ସମସ୍ୟା ହୋଇପାରେ।
ସେଓ ଖାଇ ସାରି ପାଣି ପିଇଲେ ବ୍ଲଡ୍‌ ସୁଗାର ଳେବଲ ବଢ଼ିପାରେ। ଏଭଳି ସ୍ଥିତିରେ ମଧୁମେହ ରୋଗୀ କେବେ ବି ସେଓ ଖାଇସାରି ପାଣି ପିଅନ୍ତୁ ନାହିଁ।

ଅନ୍ୟମାନଙ୍କୁ ଜଣାନ୍ତୁ।