banana1

ଗୋଇଠି ଫଟା ସମସ୍ୟା ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର 

ଅଧିକାଂଶ ଲୋକମାନେ କଦଳୀ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି | କେହି ଜଣେ ଜଣେ ଥିବେ ଯାହାଙ୍କୁ କଦଳୀ ଖାଇବା ପସନ୍ଦ ନୁହେଁ କିମ୍ବା ଥଣ୍ଡା ସମସ୍ୟା ପାଇଁ କଦଳୀ ଖାଇନଥାନ୍ତି | ତେବେ କଦଳୀ ଖାଇବାବେଳେ ସାଧାରଣତଃ ଲୋକମାନେ ଏହାର ଚୋପାକୁ ଅଦରକାରୀ ମନେକରି ଫୋପାଡି ଦିଅନ୍ତି। ଆଉ ଆପଣ ବି ଯଦି ଏମିତି କରୁଛନ୍ତି, ତାହେଲେ ବର୍ତ୍ତମାନ ଠାରୁ ଆଉ ଏହାର ଚୋପାକୁ ଫୋପାଡନ୍ତୁନାହିଁ । କାହିଁକିନା କଦଳୀ ଚୋପା ଚର୍ମର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ | ଏଥିସହ  ହାତ ଏବଂ ପାଦର ଚର୍ମକୁ ମଧ୍ୟ ସୁସ୍ଥ ରଖେ। 

ଆପଣ ଜାଣିଛନ୍ତି ଶୀତଦିନେ ଅଧିକାଂଶ ଲୋକମାନଙ୍କର ଗୋଇଠି ଫାଟିବା ଭଳି ସମସ୍ୟା ଦେଖାଯାଇଥାଏ | ଏଥିପାଇଁ ଲୋକମାନେ ପାର୍ଲର ଯାଇ ପେଡିକ୍ୟୁର୍ କରିଥାନ୍ତି  କିନ୍ତୁ ଆପଣ ଜାଣିଛନ୍ତି କି ଗୋଇଠି ଫଟା ସମସ୍ୟା ଦୂର କରିବା ପାଇଁ କଦଳୀ ଚୋପା ମଧ୍ୟ ବ୍ୟବହାର କରାଯାଇପାରେ। ଯେତେବେଳେ କଦଳୀ ଚୋପା ଦ୍ୱାରା ପେଡିକ୍ୟୁର୍ କରାଯାଏ, ଏହା ଚର୍ମକୁ କୋମଳ ଏବଂ ପରିଷ୍କାର କରିଥାଏ। ତାହେଲେ ଜାଣିରଖନ୍ତୁ କଦଳୀ ଚୋପା ଦ୍ୱାରା କିପରି ହାତ ଏବଂ ପାଦକୁ କୋମଳ ରଖିହେବ ।

କଦଳୀ ଖାଇବା ପରେ ପାଦର ଚର୍ମରେ କଦଳୀ ଚୋପାକୁ ଭଲ ଭାବରେ ଘଷନ୍ତୁ। ଏହାର ନିୟମିତ ବ୍ୟବହାର ଦ୍ୱାରା ପାଦରୁ ମୃତ ଚର୍ମ କୋଷ ଏବଂ ମଇଳା ବାହାରିଯାଇଥାଏ ଏବଂ ଆପଣଙ୍କ ପାଦ ପରିଷ୍କାର ଦେଖାଯିବ।

bananaସେହିଭଳି ଶୀତଦିନେ ପ୍ରାୟ ମହିଳା ଫଟା ଗୋଇଠି ପାଇଁ ହଇରାଣ ହୁଅନ୍ତି। ଏହାକୁ ଏଡାଇବା ପାଇଁ କଦଳୀ ଚୋପାକୁ ଗୋଇଠିରେ ଘଷି କିଛି ସମୟ ଛାଡିଦିଅନ୍ତୁ। ତା’ପରେ ପାଣିରେ ସଫା କରିଦିଅନ୍ତୁ। ଏହାକୁ ନିୟମିତ କରିବା ଦ୍ୱାରା ପାଦ ନରମ ହେବା ସହ ଫଟା ସମସ୍ୟା ଦୂର ହୋଇଥାଏ | 

କଦଳୀ ଚୋପାରେ ଟିକେ ବେକିଂ ସୋଡା ପକାଇ ପାଦରେ ଘଷନ୍ତୁ। ପାଦକୁ ଭଲ ଭାବରେ ଘଷି ୫ ମିନିଟ୍ ପାଇଁ ଛାଡିଦିଅନ୍ତୁ। ଏବେ ଅଧା ବାଲ୍ଟି ପାଣିରେ ଅଳ୍ପ ବେକିଂ ସୋଡା ପକାଇ ଏହାକୁ ମିଶାନ୍ତୁ। ଏଥିରେ ପାଦକୁ ବୁଡ଼ାଇ କିଛି ସମୟ ରଖିବା ପରେ ବାହାର କରନ୍ତୁ। ଏହା ପରେ ପାଦକୁ ଏକ ଟାୱେଲରେ ପୋଛି କିଛି କ୍ରିମ୍ ବା ମଶ୍ଚରାଇଜର ଲଗାନ୍ତୁ।

ଏଥିସହିତ କଦଳୀ ଚୋପାରେ ଦହି, ମହୁ ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହି ପେଷ୍ଟକୁ ପାଦ ଏବଂ ଗୋଡରେ ଲଗାଇ କିଛି ସମୟ ଶୁଖିବା ପାଇଁ ଛାଡ଼ିଦିଅନ୍ତୁ | ତା’ପରେ ହାଲୁକା ଉଷୁମ ପାଣିରେ ପାଦକୁ ସଫା କରନ୍ତୁ| ଏହାପରେ କିଛି ଅଏଲ କିମ୍ବା ମଶ୍ଚରାଇଜର ଭଲଭାବେ ପାଦରେ ଲଗାଇ ଦିଅନ୍ତୁ | 

ଅନ୍ୟମାନଙ୍କୁ ଜଣାନ୍ତୁ।