You are currently viewing ଉଜ୍ୱଳ ତ୍ୱଚା ଚାହୁଁଛନ୍ତି କି ? ଆପଣାନ୍ତୁ ବିଟର ଏହି ଫେସ୍ ଫ୍ୟାକ

ଉଜ୍ୱଳ ତ୍ୱଚା ଚାହୁଁଛନ୍ତି କି ? ଆପଣାନ୍ତୁ ବିଟର ଏହି ଫେସ୍ ଫ୍ୟାକ


ବିଟ୍ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ । ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଆମ ତ୍ୱଚାର କୁଞ୍ଚନ ପ୍ରକ୍ରିୟାକୁ ଦୂର କରିବା ସହ ଆଖି ତଳେ ଥିବା ଡାର୍କ ସର୍କଲ ଦୂର କରିବାରେ ସାହାଯ୍ୟ କରିଥାଏ । ସେହିଭଳି ଯଦି ଆପଣଙ୍କ ଶରୀରରେ ଆଇରନର ଅଭାବ ଥାଏ ତେବେ ବିଟ୍ ଖାଇବା ପାଇଁ ପରାମର୍ଶ ଦିଆଯାଏ । ଏଥିସହ ରକ୍ତହୀନତା ଥିବା ଲୋକଙ୍କୁ ବିଟ୍ ରସ ପିଇବାକୁ କୁହାଯାଏ । ଏସବୁ ବ୍ୟତୀତ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ବିଟ୍ ତ୍ୱଚା ପାଇଁ ମଧ୍ୟ ଅନେକ ଲାଭକାରୀ ହୋଇଥାଏ । ପ୍ରାୟତଃ ଲୋକମାନେ ନିଜ ତ୍ୱଚାକୁ ଉଜ୍ୱଳ ଏବଂ ସୁନ୍ଦର ରଖିବା ପାଇଁ ଚାହିଁଥାନ୍ତି । ଯଦି ଆପଣ ମଧ୍ୟ ତ୍ୱଚାକୁ ଗୋଲୋପୀ ଏବଂ କୋମଳ ରଖିବାକୁ ଚାହୁଁଛନ୍ତି ତେବେ ବିଟ୍ ଫେସ୍ ପ୍ୟାକ୍ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁିତ କରିବେ ବିଟ୍ ଫେସ୍ ପ୍ୟାକ୍‌. . .

ବିଟ୍ ଫେସ୍ ପ୍ୟାକ୍ ତିଆରି ପାଇଁ ସାମଗ୍ରୀ:
୧. ୨ ଚାମଚ ବେସନ
୨. ୧ ଚାମଚ ଦହି
୩. ୧ ଚାମଚ ଲେମ୍ବୁ ରସ
୪. ୨ ଚାମଚ ବିଟରୁଟ ରସ

ବିଟ୍ ଫେସ୍ ପ୍ୟାକ୍ ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ଆପଣ ବିଟ୍ ର ଚୋପାକୁ ଭଲଭାବେ ଛଡାଇ ଏହାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ । ଏହାପରେ ଏକ ପାତ୍ରରେ ବେସନ,ଦହି, ବିଟ୍ ଏବଂ ଲେମ୍ବୁ ରସକୁ ମିଶାନ୍ତୁ । ସମସ୍ତ ଜିନିଷ ଭଲଭାବେ ମିଶିଯିବା ପରେ ଏହାକୁ ମୁହଁରେ ଲଗାଇ କିଛି ସମୟ ପାଇଁ ଛାଡିଦିଅନ୍ତୁ । କିଛି ସମୟ ପରେ ଫେସ୍ ପ୍ୟାକ୍ ଭଲ ଭାବରେ ଶୁଖିଗଲା ପରେ ଏହାକୁ ଭଲଭାବେ ପାଣିରେ ଧୋଇଦିଅନ୍ତୁ । ଏହି ଫେସ୍ ପ୍ୟାକ୍ କୁ ଆପଣ ସପ୍ତାହରେ ଥରେ ପ୍ରୟୋଗ କରନ୍ତୁ । କିଛି ସପ୍ତାହ ଏହି ପ୍ୟାକ୍ ବ୍ୟବହାର କରିବା ପରେ ଆପଣଙ୍କ ତ୍ୱଚାରେ ଚମକ ଆସିବା ସହ ଉଜ୍ୱଳ ମଧ୍ୟ ଦେଖାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।