ଏହି ଭିଟାମିନ କମିଲେ ହୋଇଯିବେ ଅନ୍ଧ

ଆମ ଶରୀରରେ ଥିବା ପ୍ରତ୍ୟେକ ପୋଷକ ତତ୍ତ୍ୱର ନିଜସ୍ୱ କିଛି ଗୁରୁତ୍ୱ ରହିଛି । ଯଦି ଆମେ ଆମର ଦୃଷ୍ଟି ଶକ୍ତିକୁ ସୁସ୍ଥ ରଖିବାକୁ ଚାହିଁବା, ତେବେ ଆମକୁ ଭିଟାମିନ୍ ‘ଏ’ ଖାଦ୍ୟ ଖାଇବାକୁ ପଡିବ, ଯାହାକି ସାଧାରଣତଃ ନାଲି, ହଳଦିଆ ଏବଂ କିଛି ସବୁଜ ଫଳ ଏବଂ ପନିପରିବାରେ ପ୍ରଚୁର ପରିମାଣରେ ମିଳିଥାଏ । ଜିଏମ୍ଏସ୍ ହସ୍ପିଟାଲ୍, ଗ୍ରେଟର ନୋଏଡାରେ କାର୍ଯ୍ୟ କରୁଥିବା ଜଣେ ପ୍ରସିଦ୍ଧ ଡାଏଟିସିଆନ୍ ଡାକ୍ତର ଆୟୁଷୀ ଯାଦବ ସ୍ପଷ୍ଟ କରିଛନ୍ତି ଯେ, ଆମ ଶରୀର ପାଇଁ ଭିଟାମିନ୍ ‘ଏ’ କାହିଁକି ଗୁରୁତ୍ୱପୂର୍ଣ୍ଣ ଏବଂ କେଉଁ ଖାଦ୍ୟ ମାଧ୍ୟମରେ ଆମେ ଏହି ପୁଷ୍ଟିକର ଖାଦ୍ୟ ପାଇପାରିବା ।

ଆମକୁ କେତେ ଭିଟାମିନ୍ ‘ଏ’ ଆବଶ୍ୟକ?
ଭିଟାମିନ୍ ଡି ପରି ଆମକୁ ସୂର୍ଯ୍ୟ କିରଣ ମାଧ୍ୟମରେ ଭିଟାମିନ୍ ‘ଏ’ ମିଳିନାହିଁ, ଅର୍ଥାତ୍ ଖାଦ୍ୟରୁ ଆମକୁ ଏହି ପୁଷ୍ଟିକର ଖାଦ୍ୟ ଆହସ କରିବା ଆବଶ୍ୟକ । ଭିଟାମିନ୍ ‘ଏ’ ଅଭାବରୁ ରକ୍ଷା ପାଇବା ପାଇଁ ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି ପ୍ରତିଦିନ ହାରାହାରି ୭୦୦ ରୁ ୯୦୦ ମାଇକ୍ରୋଗ୍ରାମ୍ (ଏମସିଜି) ଭିଟାମିନ୍ ଏ ଆବଶ୍ୟକ କରିଥାନ୍ତି ।ଆଖି ପାଇଁ ଭିଟାମିନ୍ ‘ଏ’ ଅତ୍ୟନ୍ତ ଜରୁରୀ
ଏହି ପୋଷକ ତତ୍ତ୍ୱର ଅଭାବ ହେଲେ ବଣିଷ ଦୃଷ୍ଟିହୀନତାର ଶିକାର ହୁଏ । ଏହା ଫଳରେ ବ୍ୟକ୍ତିଙ୍କୁ ରାତିରେ କିଛି ଦୃଶ୍ୟ ହୋଇନଥାଏ ବା ଧୂଆଁ ଧୂଆଁ ଦେଖାଯାଏ ।

ଏହି ଖାଦ୍ୟରୁ ଭିଟାମିନ୍ ‘ଏ’ ମିଳିବ :-
ଡାଏଟିସିଆନ୍ ଡାକ୍ତର ଆୟୁଷୀ ଯାଦବଙ୍କ କହିବାନୁସାରେ, ଆମେ ଏପରି ଖାଦ୍ୟ ଖାଇବା ଉଚିତ୍ ଯାହାଦ୍ୱାରା ଆମର ଦୈନନ୍ଦିନ ଆବଶ୍ୟକତା ଅନୁଯାୟୀ ଭିଟାମିନ୍ ‘ଏ’ ର ଆବଶ୍ୟକତା ପୂରଣ ହେବ ।

Leave A Reply

Your email address will not be published.