You are currently viewing ନିମ୍ବ ପାଣିରେ ଗାଧୋଇବାର ଫାଇଦା

ନିମ୍ବ ପାଣିରେ ଗାଧୋଇବାର ଫାଇଦା

ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଆପଣଙ୍କୁ ଅନେକ ଲାଭ ମିଳିଥାଏ। ନିମ୍ବ  ପତ୍ରରେ ଫ୍ୟାଟି ଏସିଡ୍, ଲିମୋନୋଏଡ୍, ଭିଟାମିନ୍-ଇ, ଆଣ୍ଟିଅକ୍ସିଡାଣ୍ଟ ଏବଂ କ୍ୟାଲସିୟମ୍ ଥାଏ । ଚର୍ମ ସମସ୍ୟାକୁ ଦୂର କରିବା ପାଇଁ ଏହା ବହୁ ପ୍ରଭାବଶାଳୀ ଅଟେ।ନିମ୍ବ ପତ୍ରକୁ ଉଷୁମ ପାଣିରେ ଗରମ କରି ସ୍ନାନ କରିବା ଦ୍ୱାରା ଚର୍ମ ସମସ୍ୟା ଦୂର ସମସ୍ୟା ଦୂର ହେବା ସହ ବ୍ରଣ ସମସ୍ୟା ମଧ୍ୟ ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା ନିମ୍ବ  ପାଣିରେ ଗାଧୋଇବା ଦ୍ୱାରା ଆମର କଣ  କଣ ଲାଭ ହୁଏ?

ନିମ୍ବ ଜଳର ଉପକାର : ନିମ୍ବ ପତ୍ରକୁ ପାଣିରେ ଫୁଟାଇ ସ୍ନାନ କରିବା ଦ୍ୱାରା  ତ୍ୱଚା ଶୁଷ୍କତା ଠାରୁ ଦୂରରେ ରଖେ । ଏହା ଚର୍ମରେ ପ୍ରାକୃତିକ ତେଲର ସନ୍ତୁଳନ ବଜାୟ ରଖେ ।ନିମ୍ବ ପାଣି ମୁଣ୍ଡରେ ଥିବା ରୂପି ସମସ୍ୟାକୁ ରୋକିଥାଏ ଏବଂ ଏହା ଚର୍ମ ସଂକ୍ରମଣର ସମସ୍ୟାକୁ ଦୂର କରିଥାଏ ।

ଚର୍ମର କୁଞ୍ଚନ: ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ନିମ୍ବ ତେଲ ମଧ୍ୟ ବ୍ୟବହାର କରାଯାଇପାରେ ।ଏହାଦ୍ୱାରା ଚର୍ମର ଶୁଷ୍କତା ସମସ୍ୟା ଦୂର ହେବ ।ନିମ୍ବ ପତ୍ରର ପେଷ୍ଟ ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ ।ଯଦି ଚର୍ମରେ କୁଞ୍ଚନ ଥାଏ, ତେବେ ନିମ୍ବ ପତ୍ରର ଏକ ପେଷ୍ଟ ଲଗାନ୍ତୁ ।କୁଞ୍ଚନ ସହିତ ଏହା ଦାଗ ମଧ୍ୟ ଦୂର କରିଥାଏ।

ବ୍ରଣ ଏବଂ ବ୍ଲାକ୍ ହେଡ୍ସ୍‌: ଶୀତଦିନେ ଆପଣ ନିମ୍ବ ତେଲ ମଧ୍ୟ ବ୍ୟବହାର କରିପାରିବେ ।ସ୍ନାନ ପାଣିରେ କିଛି ବୁନ୍ଦା ନିମ୍ବ ତେଲ ମିଶାନ୍ତୁ ।ସ୍ନାନ କରିବା ପୂର୍ବରୁ ଶରୀରରେ ସୋରିଷ ତେଲ ଏବଂ ନିମ୍ବ ତେଲ ମିଶାଇ  ମାଲିସ୍ କରନ୍ତୁ ।ଏହା ବ୍ୟତୀତ ଫେସ୍ ପ୍ୟାକ୍ ରେ କିଛି ବୁନ୍ଦା ନିମ୍ ତେଲ ମିଶାଇ ମଧ୍ୟ ପ୍ରୟୋଗ କରାଯାଇପାରେ । ଏହା ବ୍ରଣ ଏବଂ ବ୍ଲାକ୍ ହେଡ୍ସ୍‌ ସମସ୍ୟା ଦୂର କରିଥାଏ ।   

ଅନ୍ୟମାନଙ୍କୁ ଜଣାନ୍ତୁ।