You are currently viewing କିଡନୀ ସମସ୍ୟା ଦୂର କରେ ତେଜ ପତ୍ର

କିଡନୀ ସମସ୍ୟା ଦୂର କରେ ତେଜ ପତ୍ର

ତେଜ ପତ୍ର ଆମ ରୋଷେଇ ଘରେ ବ୍ୟବହୃତ  ହୋଇଥିବା  ଏକ ସାଧାରଣ ଜିନିଷ।  ବିଭିନ୍ନ ବ୍ୟଞ୍ଜନରେ ତେଜ ପତ୍ର  ବ୍ୟବହାର କରିବା ଦ୍ୱାରା ଖାଦ୍ୟର ସ୍ୱାଦ ଏବଂ ବାସ୍ନା ବଢିଯାଇଥାଏ । ଯଦିଓ ଖୁବ୍ କମ୍ ଲୋକ ଜାଣନ୍ତି ଯେ ତେଜ ପତ୍ର  ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଏହାର ବ୍ୟବହାର କେବଳ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଏ ନାହିଁ, ବରଂ ଅନେକ ରୋଗ ମଧ୍ୟ ଦୂର କରିଥାଏ ।  ତେବେ ଆସନ୍ତୁ ଜାଣିବା ତେଜ ପତ୍ରର ଉପକାରିତା ବିଷୟରେ: 

– କିଡନୀ ସମସ୍ୟାରେ ତେଜ ପତ୍ର ସେବନ ବହୁତ ଲାଭଦାୟକ ଅଟେ ।ଏହାର ବ୍ୟବହାର ହେତୁ କିଡନୀରେ ପଥର ସୃଷ୍ଟି ହୁଏ ନାହିଁ ଏବଂ ଏହାର କାର୍ଯ୍ୟକୁ ସୁରୁଖୁରୁରେ କରିଥାଏ ।ଏହି କାରଣରୁ ପରିସ୍ରା ସହିତ ଜଡିତ ସମସ୍ୟାଗୁଡ଼ିକ ଠିକ୍ ହୋଇଯାଇଥାଏ ।

– ଅନେକ ଲୋକଙ୍କୁ ଖାଦ୍ୟ ହଜମ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ସେମାନେ ଖାଦ୍ୟ ଖାଇବା ମାତ୍ରେ କୋଷ୍ଠକାଠିନ୍ୟ, ଅମ୍ଳତା ଭଳି ସମସ୍ୟା ଦେଖାଦେଇଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ତେଜ ପତ୍ରରେ ବ୍ୟବହାର ହୋଇଥିବା ଖାଦ୍ୟ ସେବନ କରନ୍ତି , ତେବେ ପେଟ ସମ୍ବନ୍ଧୀୟ ରୋଗରୁ  ଆରାମ ପାଇପାରିବେ ।

-ତେଜ ପତ୍ରରେ ଭିଟାମିନ୍ ସି  ଏବଂ ଭିଟାମିନ୍-ଏ ଥାଏ ।ଯାହା ଆମ ଶରୀରର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।ଆମ ଶରୀରରେ ଧଳା ରକ୍ତ କଣିକା ବୃଦ୍ଧି ପାଇଁ ଭିଟାମିନ୍-ସି କାମ କରିଥାଏ ।  ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ସେହିପରି , ଭିଟାମିନ୍-ଏ ଆମ ଆଖିର ସାମର୍ଥ୍ୟକୁ ବଢାଇଥାଏ ।

– ମଧୁମେହ ରୋଗୀଙ୍କ ପାଇଁ ତେଜ ପତ୍ର ବହୁ ଲାଭଦାୟକ ହୋଇଥାଏ । ଏହା  ମଧୁମେହ ରୋଗୀଙ୍କ ଇନସୁଲିନର ବୃଦ୍ଧି କିମ୍ବା ହ୍ରାସକୁ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣ ଏହାକୁ ଚାଉଳ, ଡାଲିରେ ମିଶାଇ ବ୍ୟବହାର କରିପାରିବେ ।

– ଯଦି ଆପଣଙ୍କ ଅନିଦ୍ରା ସମସ୍ୟା  ଅଛି ତେବେ  ରାତିରେ ଶୋଇବା ପୂର୍ବରୁ ତେଜ ପତ୍ର ବ୍ୟବହାର କରି ଏଥିରୁ ମୁକ୍ତି ପାଇପାରିବେ ।ତେଜ ପତ୍ର ତେଲର କିଛି ବୁନ୍ଦା  ଉଷୁମ ପାଣିରେ ମିଶାଇ ପିଇବା ଦ୍ୱାରା ଭଲ ନିଦ ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।